ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗଠନର 75 ବର୍ଷ ପୂର୍ତ୍ତି ଅବସରରେ ଓଡିଶା ଭାସ୍କର ଲାଇଭ ପକ୍ଷରୁ ଏକ ନିଆରା ପଦକ୍ଷେପ ନିଆଯାଇଛି l କଳାହାଣ୍ଡି @75 ନାମରେ ନାମିତ ଏକ ସଚେତନ ରଥ ଜିଲ୍ଲାର ସମସ୍ତ ବ୍ଲକକୁ ପରିକ୍ରମା କରିବା ସହିତ କଳାହାଣ୍ଡି ଜିଲ୍ଲା କଳା ସଂସ୍କୃତି, ଐତିହ୍ୟ, ସମ୍ପର୍କରେ ସଚେତନତା ସୃଷ୍ଟି କରିବ l ଏଥି ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଉଛି l ଏହି ପରିପ୍ରେକ୍ଷୀରେ କଳାହାଣ୍ଡି @75 ରଥ ଗୋଲାମୁଣ୍ଡା ବ୍ଲକରେ ପହଞ୍ଚିଛିଲା ପରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ସ୍ୱାଗତ କରାଯାଇଥିଲା ଏବଂ ଗୋଲାମୁଣ୍ଡା ପ୍ରତିନିଧି ଅଶ୍ୱିନୀ ମଲ୍ଲିକଙ୍କ ତତ୍ୱାବଧାନରେ ଅତିଥି ଭାବେ ପ୍ରସାର ବିଭାଗର ମୁଖ୍ୟ ବିମ୍ବାଧର ମହାରଣା ଓଡିଶା ଭାସ୍କର ଲାଇଭ ବ୍ୟବସାୟିକ ମୁଖ୍ୟ ସୁନୀଲ କୁମାର ମିଶ୍ର ନ୍ୟୁଜ ବିଭାଗର ମୁଖ୍ୟ ଉଜ୍ଜଳକାନ୍ତ ପରିଡା, ରାକେଶ ପାତ୍ର, ସରୋଜ ରଞ୍ଜନ ବେହେରା, ରାକେଶ ମହାନ୍ତି, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳାମ୍ବର ବିଶି ପ୍ରମୁଖ ଥିବା ବେଳେ ଗୋଲାମୁଣ୍ଡା ବ୍ଲକ ସାମ୍ବାଦିକ ଧନେଶ୍ୱର ଭାଟି, ପ୍ରିୟକୃଷ୍ଣ ପଟେଲ, ପଙ୍କଜ ସାହୁ, ରାଇଚନ ଅଘରିଆ, ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ପୂର୍ବତନ ଜିଲ୍ଲା ପରିଷଦ ବୃଷବ ନାଏକ, ସମାଜ ସେବୀ ପ୍ରସନ୍ନ ରାଉତ ତଥା ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l ଏହି ଅବସରରେ ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ନେଗୀଙ୍କୁ ଟ୍ରଫି ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l