ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ନୂତନ ବିଡିଓ ଭାବେ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗ ଦେଇଛନ୍ତି । ବିଭିନ୍ନ ମହଲରୁ ବିଡ଼ିଓ ଶ୍ରୀ ରଥଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ସୋମବାର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅଞ୍ଚଳର ୨୫ ପଞ୍ଚାୟତର ସମିତିସଭ୍ୟ ସଂଘର କର୍ମକର୍ତ୍ତା ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏଥିସହିତ ଦାରିଙ୍ଗବାଡ଼ି ଅଞ୍ଚଳରେ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ଅଞ୍ଚଳରେ ରହିଥିବା ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ପ୍ରଦାନ କରିବା, ଲୋକ ପ୍ରତିନିଧିମାନଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଆଦି ନେଇ ଆଲୋଚନା କରାଯାଇଛି । ଏବେ ବ୍ଲକ ଅଞ୍ଚଳରୁ ବିଭିନ୍ନ ପଞ୍ଚାୟତ ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଡିଓ ରଥ ମଧ୍ୟ ବ୍ଲକ ଅଧ୍ୟକ୍ଷ ପ୍ରଧାନ ଏବଂ ସଂଘର ସମସ୍ତ ସଦସ୍ୟଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଏହି ସମୟରେ ସାଧୁ ନାୟକ, ଅକ୍ଷୟ ନାୟକ, ଅରୁଣ ଗୌଡ଼, ଶ୍ରୀକାନ୍ତ ପ୍ରଧାନ, ଦିଲୀପ ପ୍ରଧାନ, କଲ୍ୟାଣୀ ଡିଗାଲ, ଜ୍ଞାନୀସୁନ୍ଦର ନାୟକ, ରେଣୁକା ପ୍ରଧାନ, ସୁଶୀଳା ପ୍ରଧାନ, ସୋନିଆ ପ୍ରଧାନ, ନିର୍ମଳା ପାଲ୍ଟାସିଂ, ବୀରେନ୍ଦ୍ର ପ୍ରଧାନ, ପ୍ରମିଳା ପ୍ରଧାନ ପ୍ରମୁଖ ବିଡିଓଙ୍କୁ ସାକ୍ଷାତ କରିଥିଲେ ।