ରା.ଉଦୟଗିରି ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଦୀର୍ଘବର୍ଷ ହେଲା ପ୍ରତିବର୍ଷ ସାରା ରାଜ୍ୟରେ ବିଜେଡିରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲାବେଳେ ଏହି ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏପରିପେକ୍ଷୀରେ ଗଜପତିଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଜିଲ୍ଲାର ଅନେକ ସ୍ଥାନରେ ଅନୁଷ୍ଠିତ ହେଉଛି ପଦଯାତ୍ରା । ତେବେ ଆଜି ଜିଲ୍ଲାର ରା.ଉଦୟଗିରି ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପଦଯାତ୍ରା। ରା.ଉଦୟଗିରି ଓ ନୂଆଗଡ ବ୍ଲକର ବିଜୁପ୍ରେମୀମାନଙ୍କୁ ନେଇ ରା.ଉଦୟଗିରି ଆନିକଟ ଆତରସିଂ ଛକଠାରୁ  ରା.ଉଦୟଗିରି ପୁଲିସ ଥାନା ଛକ ଯାଏ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଜେପିର ମୋହନ ସରକାରଙ୍କ ଅପାରଗତା ଉପରେ ଡାକବାଜି ସାହାଯ୍ୟରେ ଜନ ସାଧାରଣଙ୍କୁ ସୂଚେଇଥିଲେ । ଗତ ବିଜେଡି ସରକାର ତଥା ନବୀନ ସରକାରଙ୍କ ଅମଳରେ ରାଜ୍ୟର ବିକାଶ ଓ ବିଜେପି ମୋହନ ସରକାରଙ୍କ ମଧ୍ୟରେ ପାର୍ଥକ୍ୟକୁ ନିଜନିଜ ଅବିଭାଷଣରେ କହିଥିଲେ । କାର୍ଯ୍ୟକ୍ରମରେ  ବିଜେଡିର ସମସ୍ତ ହେବିଓ୍ବେଟ୍ ନେତା ତଥା ପୁର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର, ପ୍ରଦିପ ନାୟକ, ଜିଲ୍ଲା ବିଜେଡି ସଭାନେତ୍ରୀ ପୁର୍ଣ୍ଣବାସୀ ନାୟକ, ଉପସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ ଓ ଜେମସ୍ ରାଇକା, ରା. ଉଦୟଗିରି ବ୍ଲକ ସଭାପତି ଭିମ ପାଇକ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଏବଂ ନୁଆଗଡ ବ୍ଲକ ସଭାପତି ଯୋହନ ମାଝୀ ପ୍ରମୁଖଙ୍କ ସହ ଦୁଇ ବ୍ଲକର ବିଜୁପ୍ରେମୀ ସମସ୍ତ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡସଭ୍ୟ ଓ ୮୦୦ ରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ।