ମୋହନା(ମିହିର ପ୍ରସାଦ ମାଳୀ): ପାହାଡରୁ ଉପରୁ ଖସି ବୃଦ୍ଧ ମୃତ ଘଟିଛି । ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବାଡେଗୁଡା ଗ୍ରାମ ପଞ୍ଚାୟତ ବୁରିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ଦେବେନ୍ଦ୍ର ମଲ୍ଲିକଙ୍କ ପରିବାର ପାହାଡ଼ ଉପରେ ଥିବା ବଗଡରେ ଚାଷବାସ କରି ପରିବାର ଚଳି ଆସୁଥିଲେ । ସୂଚନା ପ୍ରକାରେ ଗତକାଲି ପ୍ରାୟ ଦୁଇ ଘଣ୍ଟ ସମୟରେ ଦେବେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଖରାପ ଥିବା ହେତୁ ପୁଅ ଓ ସ୍ତ୍ରୀ ଦେବେନ୍ଦ୍ରଙ୍କୁ ଘରେ ଛାଡ଼ି ପାହାଡ ଉପର ବଗଡକୁ ଯାଇଥିଲେ । ହେଲେ ଯିଏ ବଗଡକୁ ଭରଷାକରି ଚଳେ ସିଏ କେମିତି ଘରେ ରହିପାରନ୍ତା । ଦେବେନ୍ଦ୍ର ମଧ୍ୟ ସ୍ତ୍ରୀ ଓ ପୁଅଙ୍କ ପଛେ ପଛେ ବଗଡକୁ ଯାଇଥିଲେ । ହଟାତ ପାହାଡ଼ରେ ଥିବା ବଗଡରେ କାମ କରୁଥିବା ମା ଓ ପୁଅ ବାପାଙ୍କ ଚିତ୍କାର ଶୁଣି ଆସି ଦେଖିଲାବେଳକୁ, ବାପା ରକ୍ତାକ୍ତ ଅବସ୍ତାରେ ପାହାଡ ତଳକୁ ଖସି ପଡ଼ି ରହିଛନ୍ତି । ସଙ୍ଗେ ସଙ୍ଗେ ପରିବାର ଲୋକେ ୧୦୮ ଏମ୍ବୁଲେନ୍ସ କୁ ଖବର ଦେଇ ମୋହନା ମେଡ଼ିକାଲରେ ଚିକିତ୍ସା କରାଇ ଥିଲେ । ଚିକିତ୍ସା ସମୟରେ ମୋହନା ମେଡ଼ିକାଲରେ ଦେବେନ୍ଦ୍ର ମୃତ୍ୟୁ ବରଣ କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକା ତଦନ୍ତ କରୁଥିବା ଜଣା ପଡିଛି ।