ବାଲିଗୁଡା(ସିବନ୍ତଦିଗାଲ): କନ୍ଧମାଳ ଜିଲ୍ଲା କ.ନୁଆଗାଁ ବ୍ଲକର ଆଡିମାହା ଗ୍ରାମ ପଞ୍ଚାୟତର ଦୁଇ ଗ୍ରାମରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । ଆଡିମାହା ଗ୍ରାମ ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମର ଶୟଂ ସହାୟକ ଗୋଷ୍ଠୀ ମହିଳାମାନେ ଅଞ୍ଚଳରେ ମଦ ବିକ୍ରି ହେଉଥିବାରୁ ପରିବାର ଗୁଡ଼ିକରେ ପ୍ରତ୍ୟେକ ଦିନ ଆଶାନ୍ତି ହେଉଥିବାରୁ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ମରମ୍ବାର ମନାକଲେ ସତ୍ୱ ମଧ୍ୟ ବେଆଇନ ଭାବରେ ମଦ ବିକ୍ରି ହେଉ ଥିଲା । ତେଣୁ ଅଞ୍ଚଳର ମହିଳାମାନେ ନିଜ ସ୍ୱାମୀମାନଙ୍କର ଅତ୍ୟାଚାର ସହିନ ପାରି ସମିତି ସଭ୍ୟଙ୍କ ନେତୃତ୍ୱରେ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ବାଲିଗୁଡା ଥାନା ପୁଲିସ ସେହି ଗ୍ରାମରେ ପହଞ୍ଚି ବହୁ ପରିମାଣରେ ମଦ ଜବତ କରି ତିନି ଜଣ ମଦ ଵେପାରିଙ୍କୁ ଗିରଫ କରିଛି ।