ଚିଲିକା(ସଂଗ୍ରାମ ରଣା): ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦୋଳମୁଣ୍ଡାଇ ଗ୍ରାମରେ ଗତ ରବିବାର ଠାରୁ ସାତଦିନ ବ୍ୟାପି ଚାଲିଥିବା ଭାଗବତ କଥା ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି l ଉକ୍ତ ମହୋତ୍ସବରେ ଭୁବନେଶ୍ୱର ଇସ୍କନ ପୀଠର ବ୍ରହ୍ମଚାରୀ ଶ୍ରୀପାଦ ଅକ୍ଷୟ ହରି ଦାଶ ପ୍ରତ୍ୟେହ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ଭାଗବତ ପ୍ରବଚନ ଦେଇଥିଲେ l ଭାଗବତ ପ୍ରବଚନ କାର୍ଯ୍ୟକ୍ରମରେ ହଜାର ହାଜର ଦୀକ୍ଷା ଗ୍ରହଣ କରିଥିବା ଶ୍ରଦ୍ଧାଳୁ ଯୋଗ ଦେଇ ପ୍ରଭୁକୃପା ଲାଭ କରିଥିଲେ l ଉଦଯାପନୀ ଉତ୍ସବରେ ଶ୍ରୀପାଦ ଦାଶ ଶ୍ରଦ୍ଧାଳୁମାନଙ୍କୁ କଳି ଯୁଗରେ ମାନବ ଜାତି ମୋକ୍ଷ ପ୍ରାପ୍ତି ହେବା ନେଇ ମାର୍ଗ ଦର୍ଶନ କରିଥିଲେ l ପ୍ରତ୍ୟେହ ଶ୍ରଦ୍ଧାଳୁମାନଙ୍କ ପାଇଁ ଅଞ୍ଚଳର ବଦାନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଉକ୍ତ ଉତ୍ସବକୁ ଗ୍ରାମର ଦୀକ୍ଷାଦି ରବୀନ୍ଦ୍ର ପ୍ରଧାନ, ଉଲ୍ଲାସ ପ୍ରଧାନ, ଆଲୋକ ପ୍ରଧାନଙ୍କ ସହ ସମ୍ପୂର୍ଣ୍ଣ ଦୋଳମୁଣ୍ଡାଇ ଗ୍ରାମବାସୀ ସହଯୋଗ କରିଥିବା ଜଣାପଡିଛି l