ମୋହନା(ମିହିର ପ୍ବସାଦ ମାଳୀ): ଗଞ୍ଜାମ ଓ ଗଜପତି ଜିଲ୍ଲାର ରଜକ ସମାଜ ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ, ଶିକ୍ଷା , ସ୍ବାସ୍ଥ୍ୟ ଭଳି ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରାଯିବା ସହ ରଜକ ସମାଜ କିଭଳି ଭାବେ ଏକତ୍ରିତ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେବ ସମାଜ ପକ୍ଷରୁ ତାହା ଉପରେ ବୈଠକ କରି ଆଲୋଚନା କରାଯାଇଥିଲା । ଦିନକୁ ଦିନ ସମାଜରେ ଲାଗି ରହିଥିବା ଅନୈତିକ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଜାତି ମଧ୍ୟରେ ଭେଦ ଭାବ ବଢ଼ିବାରେ ଲାଗିଛି । ଯାହା କି ରଜକ ସମାଜ ପକ୍ଷରୁ ସମସ୍ତ କାର୍ଯ୍ୟ ସୁଚାର ରୁପେ କରିବା ସହ ପୁଅ ଝିଅମାନେ ନିଜ ଜାତି ଛଢ଼ା ଅନ୍ୟ ଜାତିର ପୁଅ ଝିଅଙ୍କୁ ବିବାହ ନ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଯଦି ଅନ୍ୟ ଜାତିରେ କୌଣସି ପୁଅ କିମ୍ବା ଝିଅ ବିବାହ କରନ୍ତି ତା ହେଲେ ରଜକ ସମାଜ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ନେ଼ଇ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସେଠୀ ଓ ଗଜପତି ଜିଲ୍ଲା ସଭାପତି ନାରାୟଣ ସେଠୀଙ୍କ ସହ ବିଭିନ୍ନ ତାଲୁକାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।