ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତା ନଥିବାରୁ ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ ଦେହ….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଡ଼ମ୍ବଗୁଡା ପଂଚାୟତ ନିଲକିରଲିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l ରାସ୍ତା ନଥାବା ଯୋଗୁଁ ଆମ୍ବୁଲାନସ ନଯାଇ ପରିବାରୁ ଭାରରେ ବୁହାହେଲେ ଗର୍ଭବତୀ । ବିଳମ୍ବରେ ମେଡିକଲ ଆସିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଗାଁର ବଳାରାମ ମଲ୍ଲିକଙ୍କ ପତ୍ନୀ ମମତା ମଲ୍ଲିକ ୬ ମାସର ଗର୍ଭବତୀ ଥିଲେ l ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ମେଡିକାଲ ନେବାକୁ ଇଛା କରିଥିଲେ l ହେଲେ ରାସ୍ତା ଭଲ ନ ଥିବାରୁ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ଆଣି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ l ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡ଼କ୍ଟର ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଥିଲେ l ପରିବାର ଲୋକେ ସେଠାରୁ ବ୍ରହ୍ମପୁର ମେଡିକାଲକୁ ନେଇ ଭର୍ତ୍ତି କରିଥିଲେ l ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ଆଜି ଆର.ଡି ମୁଖ୍ୟ ରାସ୍ତା ଠାରୁ ୨ କିମି ଗ୍ରାମବାସୀ ଭାର କରି ଗର୍ଭବତୀ ମହିଳାଙ୍କ ମୃତଦେହକୁ ଗାଁକୁ ନେଇଥିଲେ l ରାସ୍ତା ପାଇଁ ଗ୍ରାମବାସୀ ପୁର୍ବରୁ ବହୁବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଆଜି ଯାଏ ଗାଁକୁଁ ରାସ୍ତା ହୋଇ ପାରି ନାହିଁ l ତେଣୁ ଆଜିର ଏ ଅସୁବିଧାକୁ ପ୍ରଶାସନକୁ ଦାୟୀ କରିଛନ୍ତି ଗ୍ରାମବାସୀ ।