ଦାରିଙ୍ଗବାଡି(ଆଶୋକ ସିଂ):କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି l ଗଞ୍ଜେଇ ଚାଲାଣ କରୁ ଥିବା ବେଳେ ପୁଲିସ ହାବୁଡ଼ରେ ଦମ୍ପତ୍ତ । ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ଜାଡାଙ୍ଗି ଗ୍ରାମର ଅଜିତ କୁମାର ନାୟକ ଓ ତାଙ୍କ ପତ୍ନୀ ଲୌରେନ୍ସା ନାୟକ । ସୂଚନା ଅନୁଯାୟୀ ଶନିବାର ଦିନ ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ଗାଡ଼ି ମୋଟର ଯାଞ୍ଚ କରାଯାଉଥିବା ସମୟରେ ଟିଭିଏସ ସ୍କୁଟି ନଂ ଓଡି-୧୨ଏଫ୍ -୨୪୮୪ରେ ଉକ୍ତ ଦମ୍ପତ୍ତି ଯାଞ୍ଚ ସ୍ଥାନରେ ପହଞ୍ଚି ଥିଲେ l ଯାଞ୍ଚ କରିବା ସମୟରେ ଉକ୍ତ ସ୍କୁଟିରେ ୫ କେଜି ୧୦୦ ଗ୍ରାମ ଓଜନର ଗଞ୍ଜେଇ ଥିବା ଜଣା ପଡିଥିଲା l ଉକ୍ତ ଜବତ୍ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସିଲ କରି ମାଲ ଖାନାରେ ଭର୍ତ୍ତି କରିଥିବା ବେଳେ ଉଭୟ ଦମ୍ପତ୍ତିଙ୍କୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଥାନା କେଶ ନଂ ୧୩୬/୨୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଆଇଆଇସି ବିଜୟ କୁମାର ହାଈବୁରୁ ସୂଚନା ପ୍ରଦାନ କରିଛନ୍ତି ।