ନକଲି ବନ୍ଧୁକ ଦେଖାଇ ଭୟ ସୃଷ୍ଟି କରିବା ଅଭିଯୋଗରେ ଯୁବକ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ତାରାସିଙ୍ଗି ଥାନା ଅଧିନ ତିରିଗୋଚ୍ଛା ଗ୍ରାମରେ ନକଲି ବନ୍ଧୁକ ଦେଖାଇ ଭୟ ସୃଷ୍ଟି କରିବା ଅଭିଯୋଗରେ ପୁଲିସ ଆଜି ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କ୍ଷେତମୁଣ୍ଡଳୀ ଗ୍ରାମର ସୁଧିର ପାତ୍ର(୧୯) । ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନିକଟରୁ ଏକ ନକଲି ବନ୍ଧୁକ ଓ ବାଇକ ଜବତ କରାଯାଇଥିବା ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ, ଗତକାଲି ତିରିଗୋଚ୍ଛା ଗ୍ରାମରେ ଏକ ଦଶାହ ଭୋଜିରେ ଲୋକେ ଖାଇ ବସିଥିଲେ । ଏହି ସମୟରେ ସୁଧୀର ବାଇକକୁ ଦ୍ରୁତଗତିରେ ଚଲାଇ ରାସ୍ତା ମଝିରେ ଯାଇଥିଲେ । ଏହାପରେ ଲୋକମାନେ ବାରଣ କରିବାରୁ ସେ ଏକ ନକଲି ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବା ସହ ଧମକ ଚମକ ଦେଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାକୁ କାବୁ କରି ପୁଲିସ୍‌ ଜିମାରେ ଦେଇଥିଲେ। ଏନେଇ ସେହି ଗ୍ରାମର ଦିଲ୍ଲିପ ବାରିକଙ୍କ ଏତଲା କ୍ରମେ ପୁଲିସ୍‌ କେସ୍‌ ନମ୍ବର ୩୧୫/୨୪ ରେ ଏକ ମାମଲା ରୁଜୁ କରି ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି ।