ଦାରିଙ୍ଗବାଡ଼ି(ଆଶୋକ ସିଂ): ବିଳମ୍ବିତ ରାତ୍ରୀରେ ଚାଲିଥିଲା ଜୁଆଖେଳ, ଅଚାନକ ପୁଲିସ ପକ୍ଷରୁ ହେଲା ଚଢ଼ାଉ , ଛତ୍ରଭଙ୍ଗ ଦେଇଥିଲେ ଜୁଆଡି, ୧୩ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୁଲିସ l ଉକ୍ତ ଜୁଆ ଆଡ୍ଡାରୁ ୫୬ହଜାର ୧୯୦ଟଙ୍କା ସହ ୧୨ଟି ମୋଟର ସାଇକେଲ ଜବତ କରିଥିବା ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର କିଲାବାଡ଼ି ଗାଁ ନିକଟ ଏକ ଜଙ୍ଗଲରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଏକାଠି ହୋଇ ଜୁଆ ଖେଳୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁ ଲିସ ଶନିବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରିଥିଲା । ପୁଲିସ ଗାଡ଼ି ଦେଖି କିଛି ଜୁଆ ଜୁଆଡ଼ି ଦୌଡ଼ି ଫେରାର ହେବାରେ ସଫଳ ହୋଇଥିବା ବେଳେ ୧୩ ଜଣକୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲା । ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ନେଇ ଆଇଆଇଆସି ରମେଶ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।