ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରୋତ୍ତଳନ ପ୍ରତି ଯୋଗିତାରେ ଯୋଗ ଦେବେ କନ୍ଧମାଳର ୭ ଜଣ ଛାତ୍ର…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂଗଠନ, ଫୁଲବାଣୀ ଓ ହବାକ୍ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ କ୍ରୀଡ଼ା ଆୟୋଜନ ସଂଗଠନ ସମ୍ପାଦକ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଭାରୋତ୍ତଳନ ଓ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଜିଲ୍ଲା ସ୍ତରର ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ I ସେହି ପ୍ରତି ଯୋଗିତାକୁ ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀ ଦିବ୍ୟ ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଉକ୍ତ ଜିଲ୍ଲା ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ସମୁଦାୟ ଜିଲ୍ଲାରୁ ୩୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ହବାକ୍ ଉଚ୍ଚବିଦ୍ୟାଳୟର ୩ , ଆରସ୍ମିନ୍ ଜନତା ଉଚ୍ଚ ବିଦ୍ୟାଳୟ ୩ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ଜଣେ ଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତି ଯୋଗିତାରେ ଭାଗ ନେବା ନିମନ୍ତେ କୃତକାର୍ଯ୍ୟ ହୋଇଥିଲେ । ୧୭ ବର୍ଷରୁ କମ୍ ୭୯ କେ.ଜି ବର୍ଗରେ  ୨ ଜଣ ଓ ୮୧ କେ.ଜି ବର୍ଗରେ ୨ ଜଣ ଏବଂ ୧୪ ବର୍ଷରୁ କମ ୪୫ କେ.ଜି ବର୍ଗର ୨ ଛାତ୍ର ଏବଂ ଜଣେ ଫୁଲବାଣୀ ଛାତ୍ରୀ ସମୁଦାୟ ୭ ଜଣ ଭାରୋତ୍ତଳନ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ I ଉକ୍ତ ଖେଳ ପ୍ରତିଯୋଗୀତା ଆୟୋଜନ ତଥା ପରିଚାଳନା କରିବାରେ ଖେଳ ଶିକ୍ଷକ ସତ୍ୟ ବ୍ରତ କର୍ଣ୍ଣ, ସୁରେଶ କୁମାର ସାହୁ, ସଂଜୀବ କୁମାର ବେହେରା, ମନେନ୍ଦ୍ର କୁମାର ସାମଲ, ସୁଧାଂଶୁ ବେହେରା ପ୍ରମୁଖ ସହଯୋଗ କରିଥିଲେ I ଭରୋତ୍ତଳନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କ ମଧ୍ୟରେ ହବାକ ଉଚ୍ଚ ବିଦ୍ୟାଳୟର ମାର୍କ ନାୟକ, ମହକ ପ୍ରଧାନ, ମାଥିୟୁସ ନାୟକ ଏବଂ ଆରସ୍ମିନ ଜନତା ଉଚ୍ଚ ବିଦ୍ୟାଳୟର ଲୁସନ ପ୍ରଧାନ, ଆମନ ପ୍ରଧାନ, ବିଜେନ୍ଦ୍ର ପ୍ରଧାନ ଏହି ୬ ଜଣ ବ୍ରହ୍ମପୁର ସ୍ଥିତ ଭି.ଭି.ଗିରି. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୮ ରୁ ୩୦ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।