ବାଲିଗୁଡ଼ା(ଶିବନ୍ତ ଦିଗାଳ): ନୃଶଂସ ସ୍ୱାମୀର ଅମାନୁଷିକ କାଣ୍ଡ l ମଦ୍ୟପାନ ପାଇଁ ସ୍ୱାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରୀରେ ନିଜ ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନୁଆଁମୁଣ୍ଡା ଗାଁରେ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ l ସ୍ୱାମି ଚନ୍ଦ୍ରକାନ୍ତ ବେହେରଦଳାଇ(୪୫) ନିଜ ସ୍ତ୍ରୀ ମଧୁମତି ବେହେରଦଳାଇଙ୍କୁ ଛୁରୀରେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛି l ଗତ ଶନିବାର ସନ୍ଧ୍ୟା ୫ଘଣ୍ଟାରେ ମଧୁମତିଙ୍କୁ ଚନ୍ଦ୍ରକାନ୍ତ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ l ତେବେ ସ୍ତ୍ରୀ ଟଙ୍କା ନ ଦେବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ ମଦ୍ୟପ ସ୍ୱାମୀ ପ୍ରଥମେ ବାହାର କବାଟ ଭିତର ପଟୁ ଗେଡ଼ା ଦେଇ ସ୍ତ୍ରୀକୁ ଧରି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା l ତେବେ ମୃତ ମଧୁମତିଙ୍କ ପୁଅ ସିକୁନ ବେହେରଦଳାଇ ଘରକୁ ଆସି କବାଟ ଖୋଲିବାକୁ ଚେଷ୍ଟା କରି ଥିଲେ l କବାଟ ନ ଖୋଲିବାରୁ ପଛ ପଟୁ ଘରଭିତରକୁଯାଇ ଦେଖିଲା ବେଳକୁମା ରକ୍ତ ଜୁଡ଼ୁ ବୁଡୁ ହୋଇ ତଳେ ପଡିଛି । ଏହା ପରେ ସିକୁନ ପୁଲିସକୁ ଖବର ଦେଇଥିଲେ l ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀ କୁ ଗିରଫ କରିଛନ୍ତି l ତେବେ ମୃତ ଦେହ ଏବେ ବି ଘର ଭିତରେ ରହିଥିବା ବେଳେ ଭବାନୀ ପାଟଣାର ସାଇଣ୍ଟିଫିକ ଟିମ ଓ ଡଗ ସ୍କୁଆଡ ଟିମ ଘଟଣା ସ୍ଥଳରେ ପହଂଚିବା ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ତୁମୁଡିବନ୍ଧ ଥାନାରେ 141/24ରେ ଏକ ମାମଲା ରୁଜୁ କରି ଶଵ ବ୍ୟବଛେଦ ପାଇଁ ମେଡିକାଲକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଆଶୁତୋଷ ଜେନା l ଏହି ଅଭାବନୀୟ ଘଟଣାରେ ଅଞ୍ଚଳରେ.ଶୋକର ଛାୟା ଖେଳି ଯାଇଛି l ଅନ୍ୟ ପଟେ ହତ୍ୟା କାଣ୍ଡର ମୁଖ୍ୟ କାରଣ ମଦ ହେଇଥିବା ଦେଖିବା କୁ ମିଳିଛି l