ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଶନିବାର ସକାଳ ୮ ସମୟରୁ ସୁନ୍ଦରଗଡ ଜିଲ୍ଳା ସ୍ତରୀୟ ସିପକ ଟାକ୍ରୋ ଚୟନ ପ୍ରତିଯୋଗିତା ଯୋଗୀମାଲ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଯୋଗୀମାଲ ସରପଞ୍ଚ ସୌଦାମିନୀ ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜେ ବି ଏନ୍ ଏମ ପି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୋଗୀମାଲର ଅଧ୍ୟକ୍ଷ କିଶୋର କୁମାର ରାଉତ ଯୋଗଦାନ କରିଥିଲେ l ଉକ୍ତ ପ୍ରତିଯୋଗିତାରେ ସିନିଅର ଏବଂ ସବ ଜୁନିଅର ବିଭାଗରେ ଉଭୟ ବାଳକ ଓ ବାଳିକା ଖେଳାଳିମାନଙ୍କୁ ଚୟନ କରା ଯାଇଥିଲା l ଜିଲ୍ଲାର ବିଭିନ୍ନ ଗ୍ରାମ, ସ୍କୁଲ ଓ କଲେଜରୁ ୩୦ ଜଣ ଝିଅ ଓ ୫୦ ଜଣ ପୁଅ ଖେଳାଳି ଭାଗ ନେଇଥିଲେ l ଯେଉଁ ସିନିଅର ଖେଳାଳି ମାନେ ଚୟନ ହୋଇଛନ୍ତି ଆସନ୍ତା ନଭେମ୍ବର ମାସ ୨ ଓ ୩ ତାରିଖରେ ପୁରୀରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ଏବଂ ସବ ଜୁନିଅର ଖେଳାଳୀମାନେ ଆସନ୍ତା ନଭେମ୍ବର ମାସ ୯ ଓ ୧୦ ତାରିଖରେ ସୁନ୍ଦରଗଡରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ l ଜାତୀୟ ରେଫରୀ ରମେଶ ଚନ୍ଦ୍ର ନାଏକ ଖେଳ ପରିଚାଳନାର ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଖେଳ ଶିକ୍ଷକ ଜୟନ୍ତ କୁମାର ନାଏକ, ରଜନୀ କାନ୍ତ ପଟେଲ ଓ ହେମସାଗର ପଟେଲ ସହଯୋଗ କରିଥିଲେ l ସୁନ୍ଦରଗଡ ଜିଲ୍ଲା ସିପକ ଟାକ୍ରୋ ସଂଘ ଆୟୋଜନ କରିଥିବା ବେଳେ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗୀମାଲ ସହଯୋଗ କରିଥିଲେ l ଜନ ସେବା ସମିତି ଯୋଗୀମାଲ ଅନୁଷ୍ଠାନର ସାଧାରଣ ସମ୍ପାଦକ ଲିପ୍ସା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚୟନ ପ୍ରତିଯୋଗିତା ସଫଳ ହୋଇଥିଲା l ସମସ୍ତ ଖେଳାଳିମାନଙ୍କୁ ସଦର ବିଧାୟକ ଯୋଗେଶ କୁମାର ସିଂ, ପୂର୍ବତନ ବିଧାୟିକା କୁସୁମ ଟେଟେ, ପୌରପାଳିକା ଅଧ୍ୟକ୍ଷା ତନୟl ମିଶ୍ର, ସୁନ୍ଦରଗଡ ଜିଲ୍ଲା ସିପକ ଟାକ୍ରୋ ସଂଘ ଓ ଜନ ସେବା ସମିତି ଯୋଗୀମାଲ ଅନୁଷ୍ଠାନର ସମସ୍ତ ସଦସ୍ୟ ଶୁଭେଛା ଜଣାଇଛନ୍ତି l