ବୌଦ୍ଧ(ଆବବୁ ବକ୍କର ସିଦ୍ଧିକ ଖାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢି ପଦର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ଜିଲ୍ଲାପାଳଙ୍କ ସମ୍ମୁଖରେ ମିଛ ଅଭିଯୋଗ କରି ବଦଳି ଦାବି କରିବା ସହ ସରପଞ୍ଚ ତାଙ୍କୁ ବଦନାମ୍ କରୁଥିବା ବେଳେ ମିଛ ବିଲ୍ କରିବାକୁ ବାଧ୍ୟ କରୁଥିବା ଓ ପଞ୍ଚାୟତ ଭିତରେ କାର୍ଯ୍ୟ କରୁଥିବା ସମୟରେ ଲୋକଙ୍କୁ ମଦ ପିଆଇ ନିର୍ବାହୀ ଅଧିକାରୀଙ୍କୁ ଗାଳି ଗୁଲଜ କରିବାକୁ ସରପଞ୍ଚଙ୍କ ସ୍ବାମୀ ଲାଲ୍ ବିହାରୀ ବଗର୍ତ୍ତି ପ୍ରଶୟ ଦେଉଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଫୋନ ମାଧ୍ୟମରେ ଭିଯୋଗ କରିଛନ୍ତି ନିର୍ବାହୀ ଅଧିକାରୀ ପଙ୍କଜିନି ତାଣ୍ଡି । ଅଭିଯୋଗ ଅନୁସାରେ ପିଇଓ ପଙ୍କଜିନି ତାଣ୍ଡି ପଞ୍ଚାୟତକୁ ନିୟମିତ ଆସୁଥିବା ବେଳେ ଭତ୍ତା ଠିକ୍ ସମୟରେ ବଣ୍ଟନ ଓ ଲୋକଙ୍କ ଘର ପର୍ଯ୍ୟନ୍ତ ଭତ୍ତା ପହଞ୍ଚୁଥିବା ନେଇ ହିତାଧିକାରୀଙ୍କ ମୁହଁରୁ ଶୁଣିବାକୁ ମିଳେ ଅନ୍ୟପଟେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଚଳିତ ବର୍ଷ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଗୋଟିଏ ଟଙ୍କା ମଧ୍ୟ ନିର୍ବାହୀ ଅଧିକାରୀ ମାଗୁନଥିବା ବେଳେ ସରପଞ୍ଚ କିଛି ଲୋକଙ୍କୁ ଧରି ଜିଲ୍ଲାପାଳଙ୍କ ସମ୍ମୁଖରେ ମିଛ ଅଭିଯୋଗ କରିଥିବା ପଞ୍ଚାୟତ ବାସି ଓ ପଞ୍ଚାୟତ କର୍ମଚାରୀ କହିଛନ୍ତି l ହିତାଧିକାରୀମାନଙ୍କୁ ଟଙ୍କା ବଣ୍ଟନ ନ କରିବା ମିଛ ଅଭିଯୋଗ ଅବଶିଷ୍ଟ ଭତ୍ତା ଟଙ୍କାକୁ ଏକାଉଣ୍ଟରେ ଜମା କରିବା ପରିବର୍ତ୍ତେ ନିଜେ ହଡ଼ପ କରୁଥିବା ଅଭିଯୋଗମିଛ ବୋଲି ଗ୍ରାଉଣ୍ଡ ଜିରୋରେ ସାଧାରଣ ଜନତା ମତ ଦେଇଛନ୍ତି । ସରପଂଚଙ୍କ ସ୍ବାମୀ ଉକ୍ତ ଗ୍ରାମର ସୋସାଇଟିରେ ସମ୍ପାଦକ ରୁପେ କାର୍ଯ୍ୟ କରୁଥିବା ବେଳେ ପଞ୍ଚାୟତ ଓ ସୋଷାଇଟି ପାଖରେ ଥିବା ହେତୁ ସବୁବେଳେ ପଞ୍ଚାୟତକୁ ଆସି ନିଜ କାର୍ଯ୍ୟରେ ଅବହେଳା କରି ପଞ୍ଚାୟତ କଥାରେ ମୁଣ୍ଡ ପୁରେଇବା ଯୋଗୁଁ ଉକ୍ତ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ପଂଚାୟତର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ତୁରନ୍ତ ସୋସାଇଟି ସେକ୍ରେଟାରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l