ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଏକ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି l ସୂଚନା ଅନୁଯାଇ ଗାଇବା ଗ୍ରାମର ପ୍ରତିନିଧି ବେବାର୍ତ୍ତା ବୟସ 53 ଦୀର୍ଘ କିଛି ବର୍ଷ ହେଲା ନିଜ ପରିବାରକୁ ନେଇ ତାମିଲନାଡୁ ରାଜ୍ୟ ପାଳିକାରନି ଜିଲ୍ଲାର ଚିଚିଲାପକମ ସହରରେ ଦାଦନ ଶ୍ରମିକ ଭାବେ ଲେବର କାମ କରିଆସୁଥିଲା l ପରିବାର ଭରଣ ପୋଷଣରେ ଅସକ୍ଷମ ଅନୁଭବ ହେଉଥିବା ଯୋଗୁଁ ବିଲଡିଙ୍ଗ ନିର୍ମାଣ କାମରେ ପରିବାର ସହ କାମ କରି ଆସୁଥିଲା l ହଟାତ କିଛି ଦିନ ତଳେ ପ୍ରତିନିଧି ବେବାର୍ତ୍ତା ଅସୁସ୍ଥତା ହେବାରୁ ପରିବାରଙ୍କୁ ଜଣାଇ ଥିଲେ l ପରିବାର ଲୋକ ଏକ ପ୍ରାଇଭେଟ ମେଡିକାଲରେ ପ୍ରତିନିଧି ବେବାର୍ତ୍ତାଙ୍କୁ ଚିକିତ୍ସିତ ପାଇଁ ଭର୍ତି କରିଲେ l କିନ୍ତୁ ଆଜି ତାଙ୍କୁ ଡ଼କ୍ଟର ମୃତ୍ୟୁ ଘୋଷଣା କରିଛନ୍ତି l ଗୁମ୍ମା ବ୍ଲକରେ ଏହି ଭଳି ଦାଦନ ଶ୍ରମିକମାନଙ୍କ ମୃତ୍ୟୁ ଘଟୁଛି l ନିଜ ଜନ୍ମ ମାଟିରେ କୁଲି ମଞ୍ଜୁରୀ କରି ବଞ୍ଚିବାର ବ୍ୟବସ୍ତା ନ ଥିବା ଯୋଗୁଁ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ଅଞ୍ଚଳ ବାସୀ l ଗୁମ୍ମା ବ୍ଲକର ଶ୍ରମିକମାନଙ୍କୁ ଏହି ଭଳି ବେରୋଜଗାର ସମସ୍ୟାର ସମୁଖୀନ କରିବାକୁ ପଡ଼ୁଛି l ଯଦି ସରକାର ଏ ଉପରେ ଦୃଷ୍ଟି ଦେଲେ ଗରିବ ନିରୀହ ଗାଁ ଗହଳିର ଜନସାଧାରଣଙ୍କ ମଙ୍ଗଳ ହେବ ବୋଲି ଅଞ୍ଚଳ ବାସୀ ମତ ପ୍ରକାଶ କରିଛନ୍ତି l