ବୋଲେରୋ ସହ ଗଞ୍ଜେଇ ଜବତ, ୪ଗିରଫ….

ଭଞ୍ଜନଗର(ନିଲୁ ବିଷୋୟୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଏକ ବୋଲେରୋ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଭଞ୍ଜନଗର-ଫୁଲବାଣୀ ରାସ୍ତା ଦଣ୍ଡାସି ବଞ୍ଜର ନିକଟରେ ଚଢ଼ାଉ କରି ୩୦ କେଜି ଗଞ୍ଜେଇ ସହ ଏକ ବୋଲେରୋକୁ ଭଞ୍ଜନଗର ଅବକାରୀ ଜବତ କରିଛି । ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଇଲାକାର କେଲାବ୍ ଦିଗାଲ, ରୋହନ ଦିଗାଲ, ଗଣେଷ ମଲ୍ଲିକ ଓ ଦିପକ ଦିଗାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସଆଇ ଅଲିଭା ମାଝୀ ସୁଚନା ଦେଇଛନ୍ତି। ସୂଚନା ଅନୁସାରେ, ଗିରଫ ଚାରି ଜଣ ଏକ ବୋଲେରୋରେ ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଭଞ୍ଜନଗର ଅଭିମୁଖେ ଆସୁଥିଲେ । କୌଣସି ସୁତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ଟିମ୍ ଭଞ୍ଜନଗର-ଫୁଲବାଣୀ ରାସ୍ତାର ଦଣ୍ଡାସି ବଞ୍ଜର ନିକଟରେ ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଗାଡି ମଧ୍ୟରୁ ଦୁଇଟି ଜରି ଅଖା ଭର୍ତ୍ତି ଗଞ୍ଜେଇ ବାହାରିଥିଲା । ପରେ ଗଞ୍ଜେଇକୁ ଜବତ କରି ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ଏହି ମାମଲାରେ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ଚାରିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅତିରିକ୍ତ ତହସିଲଦାର ଶ୍ରୀ ମାହାରଙ୍କ ସମେତ ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ, ଏସଆଇ ଅଲିଭା ମାଝୀ ଓ ସନାତନ ନାହାକ, ଜଗନ୍ନାଥ ମହାପାତ୍ର, ଶୁବଳ ପ୍ରଧାନ ଓ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ ।