ଚଳନା ଠାରୁ ବିଜୁ ଏକ୍ସପ୍ରେସ ରାସ୍ତାର ଶୋଚନୀୟ ଅବସ୍ଥା..

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ଥିତ ଚଳନା ବସ୍ତି ଠାରୁ ବିଜୁଏକ୍ସପ୍ରେସ୍ ରାସ୍ତା ସମ୍ମୁଖରେ ବଡ଼ ଖାଲ ହୋଇ ମରଣଯନ୍ତା ସଦୃଶ୍ୟ ହୋଇଛି l ଏଥିରେ ଅନେକ ଜନସାଧାରଣ ହଇରାଣ ହରକତ ହେଉଛନ୍ତି | ଅନେକ ଥର ଏସଡିଓଙ୍କୁ ଅଭିଯୋଗ କରିବା ସତ୍ୱେ ମଧ୍ୟ ଫଳ ଶୂନ | ଶୀଘ୍ର ମରାମତି କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ l ପ୍ରଶାସନର ଅଣଦେଖା ଯୋଗୁଁ ଅଞ୍ଚଳ ବାସୀ ବାରମ୍ବାର ଦୁର୍ଘଟଣା ହେଉ ଛନ୍ତି l  ଅନେକ ବାଇକ ଆରୋହୀ ମୃତ୍ୟୁ ମୁଖରେ ମଧ୍ୟ ପଢୁ ଛନ୍ତି | ହେଲେ ମଧ୍ୟ ଏହି ସମସ୍ୟାକୁ ପ୍ରଶାସନ ଅଣଦେଖା କରାଯାଉ ଥିବା ଅଭିଯୋଗ ହୋଇଛି l ଶୀଘ୍ର ଏହାକୁ ତଦନ୍ତ କରି ମରାମତି କରିବା ପାଇଁ ଜନସାଧାରଣ ଦାବି ଜଣାଇ ଛନ୍ତି  |