ପଣ୍ଡକୁଲ ବଟେଶ୍ୱର୍ ଶିବ ମନ୍ଦିର ପୂର୍ଣ୍ଣାଙ୍ଗ ଅନୁଦାନ ପାଇଁ କଳାହାଣ୍ଡି ସାଂସଦଙ୍କ ନିକଟରେ କମିଟିର ଦ୍ବାରସ୍ଥ…

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପଣ୍ଡକୁଲ ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ବଟେଶ୍ୱର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଅର୍ଦ୍ଧ ନିର୍ମିତ ଭାବେ ରହିଛି l ଏହି ଶିବ ମନ୍ଦିରର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବା ପାଇଁ ଭାରତୀୟ ଜନତା ପାର୍ଟି ସାଂସଦ ମାଳବିକା ଦେବୀଙ୍କ ନିକଟକୁ ଦ୍ୱାରସ୍ଥ ହୋଇଛନ୍ତି କମିଟିର ସଦସ୍ୟ l ଆଜି ଉକ୍ତ ଶିବ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଶିବ ମନ୍ଦିର ନିର୍ମାଣର ଆବଶ୍ୟକ ଅର୍ଥ ସାଂସଦ ପାଣ୍ଠିରୁ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି l ଏ ସଂକ୍ରାନ୍ତରେ ଏକ ଦରଖାସ୍ତ ଦାଖଲ କରିବାରୁ ମାନନୀୟ ସାଂସଦ ପୂର୍ଣ୍ଣାଙ୍ଗ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବା ପ୍ରତିଶ୍ରୁତି ଦେଇ ଥିବାରୁ କମିଟି ପକ୍ଷରୁ ତାଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ଥିଲେ l ଏହି ଅବସରରେ ପୂର୍ବରୁ ସାଂସଦଙ୍କୁ ଶିବ ମନ୍ଦିର କମିଟିର ସାଧାରଣ ସଂପାଦକ ରାମ କୁମାର ସେନାପତି, ବିଶ୍ୱଜିତ ସେନାପତି, ସେନ୍ଦୁକା ମେହେର ସୁଶୀଳା ସେନାପତି, ଅମୂର୍ଛା ମେହେର ଫୁଲତୋଡା ପ୍ରଦାନ କରି ଥିବା ବେଳେ ପଦ୍ମାବତି ମେହେର, ସବିତା ମେହେର, ବିଳାସିନୀ ମେହେର, ପ୍ରମୋଦିନୀ ମେହେର ଓ ସୂଶାନ୍ତି ମେହେର, ପ୍ରମୁଖ ଅନୁଦାନ ଯୋଗାଇ ଦେବା ପାଇଁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ l ଅନ୍ୟ ପକ୍ଷରେ ସଭାପତି ଅକ୍ଷୟ କୁମାର ପ୍ରଧାନ, ଅଭିରାମ ମେହେର, ସୁବେ ଦୂର୍ଗା, ମହେଶ୍ୱର ଶ୍ବର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ l