ଗୁମ୍ମାରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା….

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ତଥା ଗଜପତି ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଜଗବନ୍ଧୁ ଦାସଙ୍କ ଆହ୍ବାନରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରାରେ ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ ନାୟକ, ଶ୍ରୀ ବସନ୍ତ ଦାସଙ୍କ ସମେତ ବିଭିନ୍ନ ବ୍ଲକ୍ ମ୍ୟୁନିସପାଲିଟି, ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ସରପଞ୍ଚ, ସମିତି ସଭ୍ୟ, ବିଜୁ ଜନତା ଦଳରେ ପଦାଧିକାରୀ ତଥା ବିଜୁ ଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ । ଏହି ଜନସଂପର୍କ ପଦଯାତ୍ରାରେ ଭାରତୀୟ ଜନତା ପାର୍ଟିର ଦେଇଥିବା ମିଥ୍ୟା ପ୍ରତିଶୃତି ପାଳନ କରୁନଥିବା ଯଥା ସମସ୍ତ ପେନସନ୍ ହିତାଧିକାରୀମାନଙ୍କୁ ୩୦୦୦ ପେନସନ୍ ଦେବା, ମଦମୁକ୍ତ ଓଡ଼ିଶା ଗଠନ କରିବା, ଦରଦାମ୍ ବୃଦ୍ଧି ରୋକିବା, ୩୦୦ ୟୁନିଟ୍ ବିଦ୍ୟୁତ୍ ବିଲ୍ ଛାଡ କରିବା ତଥା ସରକାରଙ୍କ ଅପାରଗତା ବିରୁଦ୍ଧରେ ଲୋକମାନଙ୍କୁ ସଚେତନ କରି ଥିଲେ ଦଳୀୟ କର୍ମକର୍ତ୍ତା । ଗଜପତି ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜଗବନ୍ଧୁ ଦାସ କହିଥିଲେ ସମସ୍ତ ପ୍ରତିଶ୍ରୁତି ପୂରଣ ନହେଲେ ନବୀନ ବାବୁଙ୍କ ନେତୃତ୍ଵରେ ଏପରି ପଦଯାତ୍ରା ଓ ସଚେତନତା ସମଗ୍ର ଜିଲ୍ଲାରେ ଜାରି ରହିବ ବୋଲି ସୂଚନା ଦେଇଥିଲେ ।