ଗୁଣପୁରରେ ସାମାଜିକ ନାଟକ “ସତଠୁ ସପନ ଅନେକ ଦୂର” ମଞ୍ଚସ୍ତ….

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ସ୍ଥାନୀୟ କଳାକାର ମାନଙ୍କୁ ନେଇ ବିବିଏନ ପୂଜାକମିଟି ଦ୍ୱାରା ମାଁ ଗଜଲକ୍ଷ୍ମୀ ପୂଜା ସାମାଜିକ ନାଟକ “ସତଠୁ ସପନ ଅନେକ ଦୂର” ମଞ୍ଚସ୍ଥ ହୋଇଥିଲା । ନୃସିଂହ ନାଥ ଶତପଥି ନିର୍ଦ୍ଦେଶକ, ସୀତାରାମ ପାତ୍ର ପରିଚାଳନା ଓ ଦିଲୀପ କୁମାର ଚୌଧୁରୀ ସଂପାଦକ କରିଥିଲେ । ଗୁଣପୁରର ସ୍ଥାନୀୟ କଳାକାରମାନେ ମୁଖ୍ୟ ଭୂମିକାରେ ନରସିଂହ ଶତପଥି, ସୁଶାନ୍ତ କୁମାର ପ୍ରଧାନ, ଦେବାଶିଷ ସାହୁ,ଦିଲୀପ କୁମାର ଚ଼ୌଧୁରୀ, ରାଜାବାବୁ ଶତପଥି, କୀର୍ତ୍ତୀ ପଣ୍ଡା, ପ୍ରଫୁଲ୍ଲ ଶତପଥି, ପ୍ରମୋଦ କୁମାର ରଥ, ପ୍ରମୋଦ କୁଣ୍ଡ , ରମାକାନ୍ତ ମହାପାତ୍ର ଓ କୁନି କଳାକାର ଅଂଶୁମାନ ତଥା ଅତିଥି କଳାକାର ଭାବେ ସୀତାରାମ ପାତ୍ର, ଅକ୍ଷରିକ ପରିଡ଼ା ଓ ଦିପକ ପଣ୍ଡା ଅଭିନୟ କରିଥିଲେ। ଭୁବନେଶ୍ୱରରୁ ଆସିଥିବା ମହିଳା କଳାକାର ରୋଜି ପରିଡ଼ା, ସୋନାଲି ସିଂ, ମୀନାରାଣୀ ନାୟକ, ସାଧନା ମହାପାତ୍ର, ଅଞ୍ଜଳୀ କର, ରଞ୍ଜିତା ନାୟକ ଅଭିନୟ କରିଥିଲେ।ମାଁ ତାରିଣୀ ଚିତ୍ରାଳୟ ଓ ସଂଗୀତ ବ୍ରହ୍ମପୁରରୁ ତଥା ନୃତ୍ଯ ଦଳ ପୁରୀରୁ ଆସିଥିଲେ । ପୁରୁଷ କଣ୍ଠଶୀଳ୍ପୀ ରୂପେ ବ୍ରହ୍ମପୁର ପ୍ରସାଦ କୁମାର ସାହୁ ଓ ମହିଳା କଣ୍ଠଶୀଳ୍ପୀ ଜଗତସିଂପୁର ରଗୀତି ପ୍ରୀୟା ସ୍ୱାଇଁ ଥିଲେ । ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଦର୍ଶକ ରାତ୍ରି ୧୦ ଘଟିକାଠାରୁ ସକାଳ ୬ ଘଟିକା ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ନାଟକ ମଝିରେ ଜାତୀୟ ସଂଗୀତର ଧ୍ବନୀରେ ସମସ୍ତେ ନିଜ ନିଜ ସ୍ଥାନରୁ ଉଠି ଦେଶଭକ୍ତି ପ୍ରଦାନ କରିଥିଲେ ।ପୂର୍ବରୁ ୨୦୧୯ରେ ମଧ୍ୟ କୋଟେଶ୍ୱର ରାଓଙ୍କ ନିର୍ଦ୍ଦେଶନାରେ “କାହାଣୀ କାନ୍ଦୁଛି ଆଖି ଲୁଚେଇ” ସାମାଜିକ ନାଟକ ଉକ୍ତ କଳାକାର ମାନଙ୍କୁ ନେଇ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସତଠୁ ସପନ ଦୂର ”ନାଟକ (ଅପେରା) ଆରମ୍ଭ ହେବା ପୂର୍ବରୁ ଗୁଣପୁର ଅଧ୍ୟକ୍ଷା ମମତା ଗୌଡ଼,ଉପାଧକ୍ଷା ଶିବ ପ୍ରସାଦ ଗୌଡ଼ଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା । ବିବିଏନ ପୂଜା କମିଟି ଦ୍ଵାରା ଉଭୟକୁ ସମ୍ମାନିତ କରାଯାଇଥିଲା । ବିବିଏନ ପୂଜା କମିଟି ସଭାପତି ପଟ୍ଟନାୟକ, ଉପ ସଭାପତି ଦିପୁ ପଟ୍ଟନାୟକ, ଦୁର୍ଗା ପାଣିଗ୍ରାହୀ, ଲକ୍ଷ୍ମୀ ମହାଙ୍କୁଡ,ବାବୁଲା ରଥ,ନିଖିଳ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ନାଟକକୁ ଦର୍ଶକ ବୃନ୍ଦ କଳାକାର ମାନଙ୍କୁ ପ୍ରଶଂସା କରିଥିଲେ ।