ବାତ୍ୟା ଦାନାକୁ ନେଇ ମୋହନା ବିଡ଼ିଓଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ…..

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ । ଏଠାରେ ଯେବେ ବି ପୂର୍ବରୁ କୌଣସି ପାକୃତିକ ବିପର୍ଯୟ ଆସେ ତାହାର ପ୍ରଭାବ ଏହି ଅଞ୍ଚଳରେ ଅନୁଭୂତ ହୋଇଥାଏ । ଯାହାକୁ ଦୃଷ୍ଟିରେ ରଖି ପାଣି ପାଗ ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଆଜି ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଡାକି ବାତ୍ୟା ପାଇଁ ଏକ ପ୍ରସ୍ତୁତି ବୈଠକ କରିଥିଲେ । କିପରି ବିଭାଗ ଗୁଡ଼ିକ ବାତ୍ୟା ଦାନାର ମୁକାବିଲା କରିବେ ଆଜି ଦିନ ୧୧ ଘଣ୍ଟ ସମୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହି ବୈଠକରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପଞ୍ଚାୟତ ନିର୍ବାଚନ ଅଧିକାରୀ, ବନାଞ୍ଚଳ ଅଧିକାରୀ ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ସରପଞ୍ଚ, ଶିଶୁ ବିକାଶ ବିଭାଗ ଉପସ୍ଥିତଥିଲେ। ମୋହନା ଅଞ୍ଚଳରେ ବହୁ ଲୋକ ପାହାଡ ତଳେ ଘର କରି ରହୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ବିଡିଓ ବିଶେଷ ଗୁରୁତ୍ବ ଦେଇଥିଲେ । ଆଜି ଠାରୁ ସମସ୍ତ ଦାୟିତ୍ବ ଥିବା ଅଧିକାରୀମାନଙ୍କୁ ନିଜ ନିଜ ପଞ୍ଚାୟତରେ ରହି ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି ।