ମୋହନା(ମିହିର ପ୍ରସାଦ ମାଳୀ): ମୋହନା ହାଇସ୍କୁଲ ଛକ ନିକଟସ୍ଥ ଗଜପତି ଜିଲ୍ଲା ଆଇଟିଡିଏ ପକ୍ଷରୁ ତିନିମାସ ଧରି ଆଦିବାସି ମହିଳାଙ୍କୁ ବିୟୁଟିପାର୍ଲର ପ୍ରଶିକ୍ଷଣ ଦିଆଯାଇଥିଲା । ୯୦ ଦିନର ପ୍ରଶିକ୍ଷଣ ପରେ ସେମାନଙ୍କୁ ଆଇଟିଡିଏ ପକ୍ଷରୁ ଆଜି ଦିନ ଦୁଇ ଘଣ୍ଟା ସମୟରେ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଆଦିବାସୀ ମହିଳାମାନେ ଘରେ ରହି କୌଣସି ରୋଜଗାର କରି ପାରୁନଥିବା ବେଳେ ଗଜପତି ଆଇଟିଡିଏ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଏହି ତାଲିମ୍ ଦିଆ ଯାଇଥିଲା । ତାଲିମ୍ ନେବା ପାଇଁ ମାସିକ ତିନି ହଜାର ଟଙ୍କା ଖାଇବା ଓ ଗାଡିଭଡା ବାବଦକୁ ଯିବା ଆସିବା ପାଇଁ ମହିଳାଙ୍କୁ ଦିଆ ଯାଉଥିଲା । ସ୍ବତନ୍ତ୍ର ଭାବେ ଏହି ଆଦିବାସୀ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ରିତାଞ୍ଜଳି ଦେବୀ ନାମକ ଜଣେ ମହିଳାଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଥିଲା । ପ୍ରଶିକ୍ଷଣ ଶେଷ ହେବା ପରେ ଆଜି ଦିନ ଦୁଇ ଘଣ୍ଟ ସମୟରେ ମହିଳାଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ମହିଳାମାନେ ଏହି ପ୍ରମାଣ ପତ୍ର ଓ ତାଲିମ ଶେଷ କରି ବହୁତ ଖୁଶି ଥିବା ଦେଖିବାକୁ ମିଳିଥିଲା ।