ପୁରୀ(ମାନସ କୁମାର ଦାସ): ବଡଦାଣ୍ଡରେ ଅସ୍ଥାୟୀ ଠେଲାଗାଡି ଆଇସିକ୍ରିମ ବ୍ୟବସାୟୀ ଖରାରେ ଛିଡ଼ାହୋଇ ପ୍ରତିଦିନ ଆଇସିକ୍ରିମ ବେପାର କରନ୍ତି l ଏଥିରେ ସେମାନେ ସେମାନଙ୍କର ଭରଣ ପୋଷଣ କରିଥାନ୍ତି l ସେମାନେ ପ୍ରାୟ କୋଡିଏ ବର୍ଷ ହେବ ଗାଡି ଧରି ଆଇସିକ୍ରିମ ବିକ୍ରି କରିଆସୁଛନ୍ତି l କିନ୍ତୁ ଦୁଃଖର ବିଷୟ ପୁଲିସ କର୍ମଚାରୀ ଓ ମୁନିସିପାଲିଟି କର୍ମଚାରୀମାନେ ସେମାନଙ୍କର ଗାଡିକୁ ବାଡେଇ ଭାଙ୍ଗି ଦେଉଥିବା ସହ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି l ଯାହା ଫଳରେ ବେପାର ନ ହେବା କାରଣରୁ ସେମାନଙ୍କ ପରିବାର ଭୋକ ଉପାସରେ ଛଟପଟ ହେଉଥିବା କହିଛନ୍ତି ଆଇସିକ୍ରିମ ବ୍ୟବସାୟୀ l ଯାହା ଦ୍ବାରା ସେମାନଙ୍କ ପରିବାର ଚଳିବାରେ ବହୁତ ଅସୁବିଧା ହେଉ ଥିବା ଦେଖା ଦେଇଛି l ଯଦି ଜିଲ୍ଲାପାଳ କିଛି କଠୋର ପଦକ୍ଷେପ ନେବେ ତେବେ ସେମାନେ ଆଇସିକ୍ରିମ ଠେଲାଗାଡିରେ ନିଶ୍ଚିତ ଭାବରେ ବେପାର କରିପାରିବେ ବୋଲି ଅଶା କରୁଥିବା କହିଛନ୍ତି l ଜିଲ୍ଲାପାଳ ଏବଂ ପୁରୀର ଏସପି ପ୍ରତିଶୃତି ଦେଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ପୁଲିସ ଓ ମୁନିସିପାଲିଟି କର୍ମଚାରୀଙ୍କ ଅତ୍ୟାଚାରରେ କୌଣସି ପରିବର୍ତନ ହୋଇପାରିନାହିଁ l ଯଦି ଆଗାମୀ ଦିନରେ ଦାବି ପୂରଣ ନ ହୁଏ ତେବେ ଶ୍ରୀକ୍ଷେତ୍ର ଆଇସିକ୍ରିମ ମହାସଂଘ ଏସପି ଅଫିସ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି l