ବିଦ୍ୟୁତ ସଂସ୍ପର୍ଶରେ ଆସି ଦମ୍ପତ୍ତିଙ୍କ ମୃତ…..

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ ): ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ l ମୃତ ଦମ୍ପତି ହେଲେ ମହାବିରୋଡ଼ ଥାନା ବାମ ପଞ୍ଚାୟତ ରଗଡାସାହିର ଦୁର୍ଯୋଧନ ମହାନ୍ତ ଓ ଭାରତୀ ମହାନ୍ତ l ସୂଚନା ଅନୁସାରେ ଦୁର୍ଯୋଧନ ଦୀର୍ଘ ବର୍ଷ ଧରି ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଥିବା କୁସୁମୁଣ୍ଡା କୋଲ ମାଇନ୍ସରେ ହାଇୱା ଚାଳକ ଭାବେ କାର୍ଯ୍ୟ କରୁଥିଲେ l ସେ ସେଠାରେ ନିଜ ସ୍ତ୍ରୀ ଓ ଏଗାରବର୍ଷର ପୁଅ ସହ ରହିଆସୁଥିଲେ l ଶନିବାର ସକାଳୁ ପୁଅ ସ୍କୁଲ ଯିବା ପରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଉଥିବା ବେଳେ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ l ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଯୋଧନ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ l ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପରିବାର ଲୋକ ଛତିଶଗଡ଼ରେ ପହଞ୍ଚି ମୃତଦେହକୁ ନିଜ ଗାଁ ରଗଡାସାହିକୁ ଆଣିଥିବା ବେଳେ ସ୍ଥାନୀୟ ଗାଁ ଶ୍ମଶାନରେ ଦମ୍ପତିଙ୍କ ଶେଷକୃତ୍ୟ କରାଯାଇଛି l ଯାହାକୁ ନେଇ ଗାଁ ଓ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l