ପାରଳାଖେମୁଣ୍ଡି/ଆର ଉଦୟଗିରି( ପ୍ରବୀଣ ଲିମା/ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତା ଗୁଡ଼ା ସ୍ଥିତ ପୁଲିସ ବେରେକ୍ ଠାରେ ୬୫ ତମ ପୁଲିସ ସହିଦ ସ୍ମୃତି ଦିବସ ୨୦୨୪ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଏହି ଦିବସର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗଜପତି ଏସପି ଶ୍ରୀ ପଣ୍ଡା ପୁଲିସ କାହିଁକି ଆଜିର ଏହି ଦିବସ ପାଳନ କରୁଛି ସେ ବିଷୟ ନେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥି ସହ ଗଜପତି ଜିଲ୍ଲାର କାର୍ଯ୍ୟରତ ଥିବା ବେଳେ ନିଜ ଜୀବନ ହରାଇଥିବା ତିନିଜଣ ସହିଦଙ୍କ ସ୍ମୃତି ଚାରଣ ପୂର୍ବକ ସେମାନଙ୍କ ପରିବାରକୁ ଉପଢୌକନ ଏବଂ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ପରିପ୍ରେକ୍ଷିରେ ସହିଦମାନଙ୍କୁ ସମ୍ମାନ ଜଣାଇ ପଡିଆ ଠାରେ ସ୍ଥାପିତ ସହିଦ ସ୍ତମ୍ଭ ଠାରେ ପୁଷ୍ପ ସହ ସାଲ୍ୟୁଟ ମାରି ସହିଦ ମାନଙ୍କୁ ସମ୍ମାନ ଜଣାଇ ଥି ଲେ। ଏଥି ସହ ଉପସ୍ଥିତ ସମସ୍ତ ପୁଲିସ ଅଧିକାରୀମାନେ ସହିଦମାନଙ୍କୁ ସମ୍ମାନ ଜଣାଇ ଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସହିଦ ମାନଙ୍କ ଉଦ୍ଦେଶ୍ୟରେ ସଲାମୀ ଦେଇ ପ୍ୟାରେଡ ମଧ୍ୟ କରଯାଇଛି । ବିଶେଷ ଭାବେ ଏହି ଦିବସ ପୁଲିସ ଅଧିକାରୀ କର୍ମଚାରୀମାନଙ୍କୁ ଭଲ ପ୍ରେରଣା ଦେବ ବୋଲି ଗଜପତି ଏସପି ଶ୍ରୀ ପଣ୍ଡା କହିଛନ୍ତି ।