ରାତି ଅଧରେ ଘଟିଲା ବଡ଼ ଦୁର୍ଘଟଣା: ୨୦ରୁ ଉର୍ଦ୍ଧ୍ବ ଆହତ, ୬ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ ସ୍ଥାନାନ୍ତର…
ମୋହନା( ମିହିର ପ୍ରସାଦ ମାଳୀ ): ରାତି ଅଧରେ ବଡ଼ ଦୁର୍ଘଟଣା l ଗୋଟିଏ ସ୍ଥାନରେ ଦୁଇ ଦୁଇଟି ବସ ଓ ପିକଅପ ପିଟିହୋଇଛି l ଦୁର୍ଘଟଣାରେ ଆହତଯାତ୍ରୀ ରାତି ଅଧରେ ପୁଲିସ ଓ ଆମ୍ବୁଲେନ୍ସ ସହାୟତାରେ ମେଡିକାଲକୁ ନିଆଗଲା l ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ଗାଁ ନିକଟସ୍ଥ କେନ୍ଦୁ ଘାଟିରେ l
ସୂଚନା ମୁତାବକ ଜଗନ୍ନାଥ ଏକ୍ସପ୍ରେସ ନାମକ ଏକ ସରକାରୀ ବସ ପୁରୀରୁ ମାଲକାନଗିରି ଯିବା ସମୟରେ କେନ୍ଦୁ ଘାଟି ବୁଲାଣି ନିକଟରେ ବ୍ରେକ ଫେଲ ହୋଇ ଜାତୀୟ ରାଜପଥ ୩୨୬ ରାସ୍ତା କଡ଼କୁ ଖସି ଯାଇଥିଲା । ସେହି ସମୟରେ ଗଞ୍ଜାମ ଜିଲ୍ଲା କାଟୁରୁ ରାୟଗଡାକୁ ଏକ ବୋଲେରୋ ପିକଅପ ଷ୍ଟିଲ ବୋଝଇ ହୋଇ ଆସୁଥିଲା l ଭୁବନେଶ୍ୱରରୁ ଜୟପୁର ଯାଉଥିବା ମହାକାଳ ନାମକ ଏକ ଘରୋଇ ଯାତ୍ରୀବାହି ବସ ପ୍ରଥମେ ଆସି ଜଗନ୍ନାଥ ବସକୁ ପିଟିଲା ଓ ପରେ ବୋଲେରୋ ପିକଅପକୁ ପିଟି ଭାରଶ୍ୟାମ ହରାଇ ଓଲଟି ପଡିଛି l ଦୁର୍ଘଟଣାରେ ଜଗନ୍ନାଥ ବସ ପାଖରେ ଠିଆ ହୋଇଥିବା ସସ୍ମିତା ରଥ ନାମକ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଆହତଙ୍କୁ ପ୍ରଥମେ ମୋହନା ମେଡିକାଲରେ ଚିକିତ୍ସା କରାଇ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଯାଇଛି l ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ତଦନ୍ତ କରୁଛି l