ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ଜାଳି ହତ୍ୟା ଉଦ୍ୟମ ଘଟଣା, ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସିନାପାଲି ପୁଲିସ…
ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉପାନ୍ତ ନୁଆମାଳପଡା ଗ୍ରାମ ପଞ୍ଚାୟତ ପୋର୍ଟିପଡା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମର ଖାମ ସିଂ ମାଝି (୬୫) ନାମକ ବ୍ୟକ୍ତିଙ୍କୁ ଶରୀରରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୧୪ ଜଣ ଅଭିଯୁକ୍ତଙ୍କୁ ସିନାପାଲି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗ୍ରାମର ଗିରିଧାରୀ ମାଝି (୨୨), ହୁକୁମ ମାଝି (୪୯), ଭୁବନେଶ୍ୱର ମାଝି (୨୫), ଡୁମଲ ମାଝି (୨୭), ଲଳିତ ମାଝି (୫୫), ଗିରିଧାରୀ ମାଝି (୨୧), କ୍ଷୀରସିନ୍ଧୁ ମାଝି (୨୧), ଗୁନେଶ୍ୱର ମାଝି (୨୦), ଡକେନ୍ଦ୍ର ମାଝି (୧୯), ତେଜମନ ମାଝି ( ୨୬), ରାଇବାରୁ ମାଝୀ (୨୭), ତ୍ରିନାଥ ମାଝି (୧୯), ପୁସ୍ତମ ମାଝି (୧୯)ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି । ଏନେଇ ସିନାପାଲି ଥାନାରେ କେସ ନଂ ୩୪୬/୨୪ ଅନୁସାରେ ମାମଲା ରୁଜୁ କରାଯାଇଥିବା ବେଳେ ଦଫା ୧୨୬(୨), ୧୦୯,୧୧୮(୨), ୧୯୧, ୧୯୦ ବିଏନଏସ ଅନୁସାରେ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ଗ୍ରାମର ଖାମସିଂ ମାଝି ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମରେ ବୈଠକ ଡକାଯାଇଥିଲା । ସେଠାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସମାଧାନ ହୋଇଥଲା । ସମସ୍ତେ ନିଜ ଘରକୁ ଫେରିଥିଲେ ହେଲେ କିଛି ବ୍ୟକ୍ତି ଖାମସିଂ ମାଝିଙ୍କୁ ଅନ୍ୟତ୍ର ଜାଗାକୁ ଡାକି ନେଇଥିଲେ । ଗ୍ରାମର ଏକ ସ୍ଥାନରେ ଦେହରେ ପାଳ ନଡ଼ା ଗୁଡ଼ାଇ ଦେହରେ ପେଟ୍ରୋଲ ଢ଼ାଳି ଦେଇଥିଲେ.। ଜୀବନ ବିକଳରେ ନିକଟରେ ଥିବା ପୋଖରୀକୁ ଡେଇଁ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ଵେଳେ ମରଣ ସହ ନୂଆପଡ଼ା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଗୁରୁତର ଖାମସିଂ ମାଝିଙ୍କ ପୁଅ ହେମଲାଲ ମାଝି ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ସିନାପାଲି ପୁଲିସ ଅଧିକ ତଦନ୍ତ ଚଳାଇଛି l ଏହି ଘଟଣାର ଅଭିଯୁକ୍ତଙ୍କ ତରଫରୁ ବରିଷ୍ଠ ଆଇନଜିବୀ ବୈଶମ୍ପାୟନ ମେହେର ଓ ଋଷଭ ମେହେର ପରିଚାଳନା କରୁଥିବା ବେଳେ ଅନ୍ୟ ପକ୍ଷ ତରଫରୁ ସରକାରୀ ଓକିଲ ଇନ୍ଦ୍ରଦ୍ୟୁମ୍ନ ମାଝି ପରିଚାଳନା କରୁଥିବା ଜଣାପଡି