ଗୁମ୍ମା ବ୍ଲକ ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବକ ସୋମନାଥ ଶବର…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଗୁମ୍ମା ବ୍ଲକ ପାଇଁ ଗୌରବ ଆଣିଲେ ଆଦିବାସୀ ଯୁବକ ସୋମନାଥ ଶବର । 2022 ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ 569 ସ୍ଥାନ ଅଧିକାର କରିଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତୁମୁଳ ଗ୍ରାମର ଦାସନ ଶବର ଓ ଅନ୍ତନି ଶବରଙ୍କ ପୁଅ ସୋମନାଥ ଶବର । କୌଣସି ସୁବିଧା ନଥିବା ଦୁର୍ଗମ ତଥା ପାହାଡିଆ ଅଞ୍ଚଳର ଜଣେ ଯୁବକ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ଅନେକଙ୍କ ପାଇଁ ପ୍ରେରଣା ତଥା ଗୁମ୍ମା ବ୍ଲକରେ ଚର୍ଚାର ବିଷୟ ପାଲଟିଛି । ସୋମନାଥ ଶବର ରାଜ୍ୟ ସଚିବାଳୟରେ କିରାଣୀ ଭାବରେ କାର୍ଯ୍ୟରତ ଥିବା ଜଣାପଡିଛି । ଶିକ୍ଷାଗତ ଅନୁନ୍ନତ ଗୁମ୍ମା ବ୍ଲକରେ ସରକାର ଉପଯୁକ୍ତ ଭିତ୍ତିଭୂମି ଯୋଗାଇଦେଲେ ସୋମନାଥ ଶବରଙ୍କ ଭଳି ଅନେକ ପ୍ରତିଭା ଗୁମ୍ମା ବ୍ଲକରୁ ବାହାରି ପାରିବେ ବୋଲି ଅଂଚଳ ବାସୀ କହିଛନ୍ତି ।