ଜିଲ୍ଳା ପୁଲିସ କାର୍ଯ୍ୟାଳୟ ଠାରେ ନୁତନ ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ବାଗତ କଲା ଜିଲ୍ଲା ୱେବ୍ ମିଡିଆ ସଂଘ…

ବୌଦ୍ଧ(ଅବବୁ ବକ୍କର ସିଦ୍ଦିକଇ ଖାନ): ଶନିବାର ଦିନ 11.30 ମିନିଟ ସମୟରେ ବୌଦ୍ଧ ଜିଲ୍ଲା ୱେବ୍ ମିଡିଆ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାର ନୁତନ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଜିଲ୍ଲା ୱେବ୍ ମିଡିଆ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ଶ୍ରୀ ନାଗରାଜଙ୍କୁ ସୌଜନ୍ୟ ମୁଳକ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅପରାଧୀକ କାର୍ଯ୍ୟକଳାପ ରୋକିବା ଦିଗରେ ଆରକ୍ଷୀ ଅଧୀକ୍ଷକ ଗଣମାଧ୍ୟମର ସହଯୋଗ କାମନା କରିଥିଲେ l