ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂ ଗ୍ରାମ ପଞ୍ଚାୟତ ଏସ୍ ବାରାଙ୍ଗସିଂ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣର ମୃତ୍ୟୁ ଘଟି ଥିବା ଖବର ଆସିଛି । ମୃତକ ହେଲେ ମୁନିସିଂ ଗ୍ରାମର ପଦ୍ମ ନାଇକାଙ୍କ ପୁଅ ଅବିୟ ନାଇକା (୩୪ ବର୍ଷ) । ଘରେ ତାଙ୍କର ପତ୍ନୀ ଓ ଦୁଇ ଝିଅ । ମୁନିସିଂ ଗ୍ରାମ ଠାରୁ କିଛି ଜରୁରୀ କାମ ପଡ଼ିବାରୁ ବାହାରକୁ ଯାଉଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ଅଜଣା ଗାଡ଼ି ଧକ୍କାରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରୁ ଗାଡ଼ି ଚାଳକ ଗାଡ଼ି ସହ ଫେରାର ହୋଇଥିବା ଜଣାପଡିଛି । କିଛି ଦେଖଣାହାରୀ ଏକ ଅଟୋ ସାହାଯ୍ୟରେ ତାଙ୍କୁ ଗୁମ୍ମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ନେଇଥିଲେ । ଡଃ ଶିବୁ ସୌରଭ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୁଲିସ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି କେସ ନମ୍ବର 89/2024ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଅଧିକ ତଦନ୍ତ ଚଳାଇଥିବା ସେରଙ୍ଗ ଥାନା ଆଇଆଇସି ନଳିନୀ କହଁର ପ୍ରକାଶ କରିଛନ୍ତି ।