ପରଜଙ୍ଗ ମହାବିଦ୍ୟାଳୟରେ ଛାତ୍ରମାନଙ୍କ ସହ ଆଲୋଚନାଚକ୍ରରେ ଯୋଗଦାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ…

କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ ): ପରଜଙ୍ଗ ମହାବିଦ୍ୟାଳୟରେ ଛାତ୍ରମାନଙ୍କ ସହ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଯୋଗଦାନ କଲେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ l ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ ପରଜଙ୍ଗ ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ମହାବିଦ୍ୟାଳୟର ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ସୂର୍ଯ୍ୟବଂଶୀ ସୁରଜ l ପରେ ମହାବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ l ଏହି ଅବସରରେ ପରଜଙ୍ଗ ମହାବିଦ୍ୟାଳୟର ଆନୁସଙ୍ଗିକ ଭିତ୍ତିଭୂମିର ଉନ୍ନତି ଯଥା ଲାବରୁମ, ଗାର୍ଲସ ରୁମ, ଛାତ୍ରୀଙ୍କ ପାଇଁ ଶୌଚାଳୟ ଇତ୍ୟାଦି ପାଇଁ ୨. ୫ କୋଟିର ଅନୁଦାନ ପ୍ରଦାନ କରିଛନ୍ତି ମନ୍ତ୍ରୀ l ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରାଙ୍କ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l