ବାଣପୁର ସାନହନ୍ତୁଆଡ ଗାଁରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା, ମନ ମୋହୁଚି ମେଢ ଓ ଆଲୋକି କରଣ….

ଚିଲିକା(ସଂଗ୍ରାମ ରଣା): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସାନହନ୍ତୁଆଡ ଗାଁରେ ପାଞ୍ଚଦିନ ବ୍ୟାପି ମାଆ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମାଆଙ୍କ ପୂଜା ମଣ୍ଡପ ମେଢ ଓ ଆଲୋକି କରଣ ଦେଖିବାକୁ ସମଗ୍ର ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି l ଗତ ବୁଧବାର ପବିତ୍ର ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି l ବାଣପୁର ଅଞ୍ଚଳ ଏବେ ବେଶ ଚଳ ଚଞ୍ଚଳ ହୋଇଥିବା ବେଳେ ପୂଜା ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମୁଛି l ଓଡ଼ିଶାର କୋଣ ଅନୁକୋଣରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସାନହନ୍ତୁଆଡ ଗାଁରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମହା ଆଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା l ବିଭିନ୍ନ ଆଲୋକ ମାଳା ସହିତ ମାଆଙ୍କ ପୂଜା ମଣ୍ତପ ଓ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ରଙ୍ଗ ବେରଙ୍ଗ ଶାଢ଼ୀରେ ସୁସଜ୍ଜିତ କରାଯାଇଛି l ନୀତିକାନ୍ତି ଅନୁସାରେ ମାଆଙ୍କର କଳସ ଶୋଭା ଯାତ୍ରା ଓ ଚଖୁଦାନ, ଜଳଯାତ୍ରା, ଅଧିବାସ, ପ୍ରାଣପ୍ରତିଷ୍ଠା, ମହା ସ୍ନାନ, ଷୋଡଶ ଉପଚାର ପୂଜା, ସନ୍ଧ୍ୟା ଆଳତୀ, କାର୍ଯ୍ୟ ସମାପନ ପରେ ଗୁରୁବାର ସୂର୍ଯ୍ୟ ପୂଜା, ଗୋପୁଜା ମହାସ୍ନାନ, ଵାସ୍ତୁ ପୂଜା, ଗୀତା, ଯଜ୍ଞ, ସନ୍ଧ୍ୟା ଆଳତୀ ଶୁକ୍ରବାର ମହାଲକ୍ଷ୍ମୀ ନୃସିଂହ ସହସ୍ର ନାମ ଆହୁତି କରାଯିବାର କାର୍ଯ୍ୟକ୍ରମ ରହିଛି l ଏଥିସହ ଷୋଡଶ ଉପଚାର ପୂଜା ସହ ପ୍ରତ୍ୟେକ ପୂଜା ମଣ୍ଡପରେ ମା ଲଷ୍ମୀଙ୍କୁ ବଡ ଭୋଗଲାଗି କରାଯିବାର ଵିଧି ରହିଛି l ସୂର୍ଯ୍ୟ ପୂଜା ଖୁବ୍ ଆନନ୍ଦର ସହକାରେ ଅନୁଷ୍ଠିତ ହୋଇଯାଇଛି l ତେବେ ପାଞ୍ଚଦିନ ବ୍ୟାପି ଉକ୍ତ ପୂଜା ହେବାକୁ ଥିବାବେଳେ ତାହା କିପରି ଶାନ୍ତିଶୃଙ୍ଖଳାର ସହ ହେବ ସହିତ ହେବ ଏବଂ ଅନୁରୂପ ଭାବେ ମା’ଙ୍କ ଭଷାଣି ଉତ୍ସବ କିପରି ଏ ନେଇ ହେବ ପୂଜା କମିଟିର, ସୁଜିତ ଛାଟୋଇ , ସମୀର ପ୍ରଧାନ, ଅରୁଣ କାଣ୍ଡି, ଅନୁପମ ଜେନା, ଯଜ୍ଞଭୂଷଣ ନାୟକ , ନରେନ୍ଦ୍ର ସ୍ୱାଇଁ , ଶିବ ସାମନ୍ତରାୟ, ନାରାୟଣ ପ୍ରଧାନ, କୈଳାଶ ଜେନା ଓ କମିଟିର ସମସ୍ତ ସଦସ୍ୟମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଙ୍ଗିକାରବଦ୍ଧ ଥିବାର କମିଟି ସଭାପତି ସୂଚନା ଦେଇଛନ୍ତି ।