ପୂର୍ବତନ ସାମରିକ କର୍ମଚାରୀ ତଥା ସମାଜସେବୀଙ୍କ ମହାପ୍ରୟାଣ ତିଥିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ପୂର୍ବତ୍ତନ ସାମରିକ କର୍ମଚାରୀ ଓ ସମାଜସେବୀ ସମସ୍ତଙ୍କ ଅତିପ୍ରିୟ ରାଧା ଭାଇଙ୍କ ଚଳିତ ମାସ ୭ ତାରିଖରେ ପରଲୋକ ଘଟିଛି l ତାଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳି ଯିବା ସହ ଅଞ୍ଚଳ ବାସୀ ମର୍ମାହତ ହୋଇ ଥିବା ଦେଖା ଦେଇଛି l ସେ ଜଣେ ଧର୍ମାପରାୟଣ, ମାନବ ପ୍ରେମୀ, ପରପୋକାରୀ, ସମାଜସେବୀ, ଦେଶ ପ୍ରେମୀ, ସରଳ ଓ ଶାନ୍ତ ସ୍ଵଭାଵ ବ୍ୟକ୍ତି ଥିଲେ l ତେଣୁ ଆସନ୍ତା କାଲି ଅର୍ଥାତ ୨୦ ତାରିଖ ଦିନ ସ୍ବର୍ଗତ ରାଧା ଶ୍ୟାମ ପାଢ଼ୀଙ୍କ ବାସ ଭବନରେ ସ୍ମୃତି ଚାରଣ ସକାଶେ ଭାଇ ଚାରା ସମ୍ପର୍କକୁ ମନେ ପକାଇବା ପାଇଁ ଶୋକ ସଭାର ଆୟୋଜନ କାରାଯାଇଛି l ତାଙ୍କର ଶେଷ ନିଶ୍ୱାସ ତ୍ୟାଗ ସମୟରେ ବଡ ଭାଇ ଭଗବାନ ପାଢ଼ୀ, ବଡ ପୁଅ ନିଲୁ, ସାନ ପୁଅ ସିଲୁ, ଝିଅ ଲିପି ଓ ଧର୍ମପତ୍ନୀ ମିନି ଓ ବହୁ ଗ୍ରାମ ବାସୀ ଉପସ୍ଥିତ ଥିଲେ l ଏହି ଶୋକ ସଭାରେ ବହୁ ସଂଖ୍ୟାରେ ଅଞ୍ଚଳ ବାସୀ ଯୋଗ ଦେବା ସହ ରାଧା ଶ୍ୟାମ ପାଢ଼ୀଙ୍କ ସ୍ମୃତି ଚାରଣ କରିବା ସହ ଏହି ଦୁଃଖଦ ସମୟରେ ପରିବାର ଲୋକଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ ଗ୍ରାମବାସୀ, ସମାଜସେବୀ ଅନୁରୋଧ କରିଛନ୍ତି l ଏହା ସହ ଏହି ଦୁଃଖଦ ସମୟରେ ସ୍ବର୍ଗତ ରାଧା ଶ୍ୟାମ ପାଢ଼ୀଙ୍କ ପରିବାର ଲୋକଙ୍କୁ ଭଗବାନ ସାହସ, ଧର୍ଯ୍ୟ, ପ୍ରଦାନ କରନ୍ତୁ ବୋଲି ସାହି ପଡ଼ିଶା ଓ ବନ୍ଧୁ ବାନ୍ଧବ ମତପ୍ରକାଶ କରିଛନ୍ତି l