ତିନି ମାସ ଧରି ପ୍ରସୂତି ମା ଓ କିଶୋରୀ ବାଳିକା ଛତୁଆ ଏବଂ ଲଡୁ ପାଇନ ଥିବା ଅଭିଯୋଗ….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ସରକାର ପୋଷଣ କାର୍ଯ୍ୟକ୍ରମ ହାତକୁ ନେଇ ଅଙ୍ଗନୱାଡ଼ି ମାଧ୍ୟମରେ ଶିଶୁ, କିଶୋରି ବାଳିକା ଓ ପ୍ରସୂତିମାନଙ୍କ ଶାରିରୀକ ଓ ମାନସିକର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବ୍ଯୟ ମଞ୍ଜୁର କରୁଛନ୍ତି l କିନ୍ତୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଭୁବନି ପଞ୍ଚାୟତ ସାଣ୍ଡାଙ୍ଗ ଗ୍ରାମରେ ଏହା ବ୍ଯତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟ ସରକାର ପୋଷଣ ପାଇଁ ପ୍ରସୂତି ମା ଓ କିଶୋରୀ ବାଳିକାମାନଙ୍କୁ ଛତୁଆ ଓ ଲଡୁ ପ୍ରଦାନ କରୁଥିବା ବେଳେ ସାଣ୍ଡାଙ୍ଗ ଗ୍ରାମରେ ତିନି ମାସ ଧରି ପ୍ରସୂତି ମା ଓ କିଶୋରୀଛତୁଆ ଓ ଲଡୁ ପାଇନ ଥିବା ଅଭିଯୋଗ ହୋଇଛି । ସାଣ୍ଡାଙ୍ଗ ଗ୍ରାମ୍ବାସୀ ଯଥା ମେଙ୍ଗିଲି ଶବର, ଶକୁନ୍ତଳା ଶବର, ଏବସନି ଶବର, ମମିତା ଶବର ଓ ନମିତା ଶବରଙ୍କ ଅଭିଯୋଗ ପ୍ରକାରେ ସ୍ଥାନିୟ ଅଙ୍ଗନୱାଡ଼ି କର୍ମୀଙ୍କୁ ପଚାରିବାରେ ସେ ତିନି ମାସ ହେଲା କେନ୍ଦ୍ରକୁ ଛତୁଆ, ଲଡ଼ୁ ଓ ମୂଢ଼ି ପହଞ୍ଚିନଥିବା ପ୍ରକାଶ କରିଛନ୍ତି l ଏହି ଛତୁଆ ବଣ୍ଟନରେ ତର୍ଜସିଂ ପ୍ରଭାତୀ ତାରା ସ୍ବୟଂ ସହାୟକ ଗୋଷ୍ଠୀ ରହିଥିବା ବେଳେ ତିନି ମାସ ହେଲା କିଭଳି ଭାବରେ ସାଣ୍ଡାଙ୍ଗ ଗ୍ରାମର ହିତାଧିକାରୀମାନଙ୍କୁ ଦିଆଗଲା ନାହି । ଏସମ୍ପର୍କରେ ବିଭାଗିୟ ଅଧିକାରିଣୀ କେମିତି ତିନି ମାସ ହେଲା ଜାଣି ପାରିଲେ ନାହି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରିଣୀ ଶ୍ରୀମତି ପୁଷ୍ପାଞ୍ଜଳି ସାହୁଙ୍କୁ ପଚାରିବାରୁ ଏହା ମୋ ଗୋଚରକୁ ଆସିନାହି ଏବଂ ଏହାର ବିଦ୍ଧିବଧ ତଦନ୍ତ କରି ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି l