ନୁଆପଡ଼ା(ବିରବଲ ପ୍ରଧାନ): ଆଜି ଦିନ ୧୦ ଘଣ୍ଟା ସମୟରେ ନୁଆପଡ଼ା ସଦର ମହକୁମା ବ୍ଲକ୍ ଛକସ୍ଥିତ ବ୍ଲକ୍ ମାର୍କେଟ କଂପ୍ଲେକ୍ସରେ ମିଲେଟଶକ୍ତି ଟିଫିନ ସେଣ୍ଟର ଭଦ୍ଘାଟନ ହୋଇଯାଇଛି । ଏଥିରେ ନୁଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଉପସ୍ଥିତ ରହି ମିଳେଟଶକ୍ତି ଟିଫିନ ସେଣ୍ଟର ଉଦ୍ଘାଟନ କରିଥିଲେ । ତାଙ୍କ ବ୍ୟତିତ ମିଶନ ଶକ୍ତିର ସଂଯୋଜକ ରାମ ତାଣ୍ଡି, ନୂଆପଡା ଅତିରିକ୍ତ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ଵର ଭୋଇ, ସଦର ବ୍ଲକ ବିଡିଓ ରୋହିତ ଭୋଇ, ମାସୁନାଦେଇ ପ୍ରଡ୍ୟୁସର କମ୍ପାନୀର ମୁଖ୍ୟ ଶ୍ରୀଯୁକ୍ତ ହେମସାଗର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଳେଟ ଶକ୍ତି ଟିଫିନ ସେଣ୍ଟରର ପରିଚାଳନା ଦାୟିତ୍ଵ ନୁଆପଡ଼ା ସଦର ବ୍ଳକ ଦିଆନମୁଣ୍ଡା ଗ୍ରାମର ଜୟ ଜଗନ୍ନାଥ ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ ଦିଆଯାଇଛି । ଏଠାରେ ସ୍ଵାଦିଷ୍ଟ ମାଲପୁଆ, ଆରିସା, ଟିଫିନ ଓ ଅନ୍ୟାନ୍ୟ ମିଲେଟରେ ତିଆରୀ ଟିଫିନ, ଚା ଆଦି ଉପଲବ୍ଧ ରହିଛି ।