ନୂଆଗଡ( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧିନସ୍ତ ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଜାତୀୟ ରାଜପଥ ପାର୍ଶ୍ବର ଡ୍ରେନ୍ ମୁକୁଳା ହୋଇରହିଛି । କୁନିକୁନି ପିଲାଏ ସେଦେଇ ଯାତାୟାତ କରନ୍ତି। କେତେବେଳେ କିଏ ସେଥିରେ ଗଳି ପଡି ଦୁର୍ଘଟଣା ଘଟିବ, ସେଥିପ୍ରତି କାହାରି ନିଘାନାହିଁ । ଏହି ଡ୍ରେନର ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଏଆର୍ ଏସ୍ଏସ୍ ଠିକା ସଂସ୍ଥା ନେଇଥିଲା l ଠିକା ସଂସ୍ଥା ଡ୍ରେନ୍ କାର୍ଯ୍ୟକୁ ସମ୍ପୂର୍ଣ କରିଛି ହେଲେ ତାହା ମୁକୁଳା ରହି ଛାତ୍ରଛାତ୍ରୀଙ୍କ ଲାଗି ବିପଦ ସୃଷ୍ଟି କରିଛି । ଏଥିଲାଗି କୈଣସି ସ୍କୁଲ କର୍ତ୍ତୃପକ୍ଷ, ପଞ୍ଚାୟତ କିମ୍ବା କୌଣସି ପ୍ରଶାସନିଙ୍କ ଅଧିକାରୀଙ୍କ ଦୃଷ୍ଟି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିଛି ଅଘଟଣ ହେବା ଆଗରୁ କାହିଁକି ପ୍ରଶାସନ କିଛି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ଏନେଇ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଗଣମାଧ୍ୟମକୁ ଅବଗତ କରି ପ୍ରଶାସନକୁ ଏହି ସମସ୍ୟାକୁ ଅତି ଗମ୍ଭୀରତାର ସହ ବିଚାର କରି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।