ଦିବ୍ୟ ଜୀବନ ସଂଘର ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ଠାରେ ଆସିକା ଦିବ୍ୟଜିଲ୍ଲା ଅନ୍ତର୍ଗତ ମୁଣ୍ଡମରାଇ ଦିବ୍ୟ ଜୀବନ ସଂଘ ତରଫରୁ କୁମାର ପୂର୍ଣ୍ଣିମା ଉତ୍ସବ ଉପଲକ୍ଷେ ଏକ ନାରାୟଣ ସେବା କାର୍ଯ୍ୟକ୍ରମ ବଜାର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ ଓଡିଶା ଦିବ୍ୟ ଜୀବନ ସଂଘ ସମନ୍ନୟ ସମିତିର ପୂର୍ବତନ ସମ୍ପାଦକ ତଥା ସଂଗଠକ ଶ୍ରୀ ଜୟଚନ୍ଦ୍ର ନାୟକ ଏଥିରେ ଯୋଗ ଦେଇ ଗୁରୁ ଦେବଙ୍କ ଠାରେ ପ୍ରଦୀପ ପ୍ରଜଳନ କରି ଏହାକୁ ଉଦ୍ଘାଟନ କରିଥିଲେ l ମାନବ ସେବା ହିଁ ମାଧବ ସେବା କରିବା ଦ୍ୱାରା ଇଶ୍ଵର ଆମକୁ ଆଲୈକିକ ଭାବରେ କିପରି କୃପା କରନ୍ତି ତାହା ବାଚନିକ ସେବା ବୋଲି ଉଲ୍ଲେଖ କରିଥିଲେ । ଧରାକୋଟ ବ୍ଲକ ତଥା ଆଖ ପାଖ ଅଞ୍ଚଳରୁ ପାଞ୍ଚ ସହରୁ ଉର୍ଦ୍ଧ ସମାଜର ବିଭିନ୍ନ ବର୍ଗର ଆଶହାୟ ଅସମର୍ଥ ନାରାୟଣମାନେ ଉପସ୍ଥିତ ରହି କୁମାର ପୂର୍ଣ୍ଣିମା ଉତ୍ସବର ମଜା ନେଇଥିଲେ l ସଂଘର ବରିଷ୍ଠ ଗୁରୁ ଭାଇ ଶ୍ରୀ ବି.ଶ୍ୟମସୁନ୍ଦର ପାତ୍ରଙ୍କ ଉଦ୍ୟମରେ ନାରାୟଣମାନଙ୍କୁ ନୂତନ ଶୀତ ବସ୍ତ୍ର, କମଳ ଓ ସ୍ୱାଦିଷ୍ଠ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା l ଅନୁଷ୍ଠାନର ସମସ୍ଥ ଗୁରୁ ଭାଇ ପି.ତ୍ରିନାଥ ପାତ୍ର, ଗଣେଶ ଚନ୍ଦ୍ର ପାତ୍ର, ତ୍ରିମଲି ପାତ୍ର, ରବୀନ୍ଦ୍ର ବେହେରା, ପିଣ୍ଟୁ ପୋଲାଇ ଅନେକ କର୍ମ କର୍ତ୍ତା ସହଯୋଗ କରିଥିଲେ l ଏହି ମହାନ କାର୍ଯ୍ୟ କ୍ରମକୁ ଦିବ୍ୟ ଜୀବନ ସଂଘର ସଂଯୋଜକ ଶ୍ରୀ ୟୁ.ନାଗେଶ୍ଵର ରାଓ ପାତ୍ର ଆନୁଷ୍ଠାନିକ ଭାବେ ପରିଚାଳନା କରିଥିଲେ l