ଚାଷଜମିରେ ପାଣି ମଡାଉଥିବା ବେଳେ ମହୁମାଛି ଆକ୍ରମଣ, ଜଣେ ଚାଷୀ ଗୁରୁବାର ୨ ଆହତ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକରେ ଅନାବୃଷ୍ଟି କାରଣରୁ ଧାନଚାଷ ଏବେ ପାଣି ଅଭାବରୁ ମରିବାକୁ ବସିଛି l ଏହି ବ୍ଲକର ଅନେକ ଅଞ୍ଚଳରେ ଚାଷୀମାନେ ଚାଷ ଜମିକୁ ଲାଗି ରହିଥିବା ବିଭିନ୍ନ ଜଳଉତ୍ସରୁ କଷ୍ଟ ଉପାର୍ଜନ ଫସଲକୁ ଅମଳକ୍ଷମ କରିବା ପାଇଁ ପାଣି ପମ୍ପ ଲଗାଇ ଚାଷଜମି କୁ ଜଳସେଚନ କରୁଛନ୍ତି ଚାଷୀ l ଶୁକ୍ରବାର ଅପରାହ୍ନରେ କୋକସରା ବ୍ଲକ ସିର୍ଲିଗୁଡାର ଜଣେ ଚାଷୀ ବିଜୟ କୁମାର ସାହୁ(୬୦) ଓ ତାଙ୍କ ସହ ଅନ୍ୟ ଦୁଇ ଜଣ ଶ୍ରମିକ ଧନୁ ନାଗ ଓ ଶ୍ୟାମ ନାଗ ମହାଜନଗୁଡା ନିକଟରେ ଥିବା ଚାଷଜମିରେ ପାଣି ମଡାଉଥିବା ବେଳେ ଅତର୍କିତ ଭାବେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । କୌଣସି ମତେ ଜୀବନ ରକ୍ଷା କରିବା ପରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବିଜୟ କୁମାର ସାହୁଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଅନ୍ୟ ଦୁଇଜଣ ଶ୍ରମିକଙ୍କ ଆହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେମାନେ କୋକସରା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।