ଜିଲ୍ଲା ପ୍ରଶାସନର ସହାୟତାରେ ପହଞ୍ଚିଲା ଅର୍ଚ୍ଚନା ଙ୍କ ମର ଶରୀର, କାନ୍ଦ ବୋବାଳରେ ଫାଟି ପଡ଼ିଲା ଗାଁ ଦାଣ୍ଡ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ପୁଣି ଏକ ଦାଦନ ଢୁଃଖ l ଅର୍ଥ ଉପାର୍ଜନ କରିବା ପରିବର୍ତ୍ତେ ଫେରିଛି ଯୁବତୀଙ୍କ ମର ଶରୀର । ମର ଶରୀର ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଛି ଗାଁ ଦାଣ୍ଡ l ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଝିଞ୍ଜିରିଗୁଡା ପଞ୍ଚାୟତର କୁଟ୍ଲାରୀଗାଁ ବାଘପଦା ସାହିରେ । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗାନ୍ଦାରା ପାଟମାଝୀଙ୍କ ଝିଅ ଅର୍ଚ୍ଚନା ପାଟମାଝି(୧୯) ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଆଗକୁ ପାଠ ପଢ଼ିବାକୁ ଆଗ୍ରହ ଥିଲେ ମଧ୍ୟ ଅର୍ଥ ଅଭାବରୁ ଚଳିତ ବର୍ଷ କଲେଜରେ ଜଇନ୍ କରି ପାରି ନ ଥିଲେ l ଏଣୁ ସେ ନିଜେ ଦାଦନ ଖଟି କିଛି ଟଙ୍କା ଯୋଗାଡ଼ କରିବା ପରେ କଲେଜ ପାଠ ପଢ଼ିବା ଆଶାରେ ଦାଦନ ଖଟିବାକୁ ଯାଇ ଥିଲେ l କିନ୍ତୁ ଭାଗ୍ୟର ବିଡ଼ମ୍ବନା କାମ ଧନ୍ଦା ଖୋଜି ଏକ ଘରୋଇ କାର୍ଯ୍ୟରେ ଯୋଗ ଦେବାର ଦୁଇଦିନ ପରେ ଅଚାନକ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଗୋଆର ବମ୍ୱଲିନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇ ଥିଲା l ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କ ର ମୃତ୍ୟୁ ଘଟିଥିଲା । ଖବର ପାଇବା ପରେ ପରିବାର ଲୋକେ ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ପ୍ରଧାନଙ୍କୁ ଜଣାଇ ଥିଲେ l ଅର୍ଚ୍ଚନାଙ୍କ ମରଶରୀରକୁ ନିଜ ଗାଁ ଭିଟା ମାଟିରେ ପହଞ୍ଚାଇବା ପାଇଁ ସରପଞ୍ଚ ଶ୍ରୀମତୀ ପ୍ରଧାନ ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ଓ ଜିଲ୍ଲା ପାଳ ଅମ୍ରିତ ଋତୁରାଜଙ୍କୁ what’s app ଜରୀଆରେ ଏକ ଦରଖାସ୍ତ ଦେଇଥିଲେ l ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ନିର୍ଦ୍ଧେଶରେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଓ ସହଯୋଗୀ କର୍ମୀମାନଙ୍କ ସହାୟତାରେ ଏରୋପ୍ଲେନ୍ ଯୋଗେ ପ୍ରଥମେ ଭୁବନେଶ୍ୱର ଓ ପରେ ଆମ୍ବୁଲାନ୍ସ ଯୋଗେ ନିଜ ଭିଟା ମାଟିରେ ଦିନ ପ୍ରାୟ ଏକ ଘଣ୍ଟା ବେଳେ ପହଞ୍ଚି ଥିଲା l ମର ଶରୀର ଗାଁରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡୁ ଥିଲା l ଝିଅର ଗୁଣ ଗାରିମାକୁ ବାହୁନି ବାହୁନି ପରିବାର ଆତ୍ମୀୟ ସ୍ୱଜନ ମାନେ କାନ୍ଦୁଥିଲେ l ଶୋକାକୁଳ ପରିବେଶ ମଧ୍ୟରେ ମର ଶରୀରକୁ କବର ଦିଆ ଯାଇଥିଲା । ଜିଲ୍ଲା ପ୍ରଶାସନର ସହାୟତାରେ ଉକ୍ତ ମରଶରୀର ନିଜ ବାସ ଭବନରେ ପହଞ୍ଚି ପାରି ଥିବାରୁ ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ପ୍ରଧାନ ସମେତ ପରିବାର ଲୋକେ ଓ ଗ୍ରାମ ବାସୀମାନେ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।