ନୂଆପଡା(ବିରବଲ ପ୍ରଧାନ): ପବିତ୍ର ଦଶହରା ଉପଲକ୍ଷେ ବିଜୟ ଦଶମୀ ହେଉଛି ବୀର ଓ କ୍ଷତ୍ରୀୟ ମାନଙ୍କର ବୀରତ୍ୱ ଓ ତ୍ୟାଗର ଦିନକୁ ସୂଚିତ କରେ । ଏହି ଦିନ ଅସତ୍ୟ ଉପରେ ସତ୍ୟର ଜୟ, ପାପ ଉପରେ ପୁଣ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟକୁ ପ୍ରଦର୍ଶିତ କରେ । ଏହି ଅବସରରେ ପଶ୍ଚିମାଞ୍ଚଲ କ୍ଷତ୍ରୀୟ ପାଇକ ସମାଜ ତରଫରୁ ସପ୍ତମତମ ବାର୍ଷିକୋତ୍ସବ ବିଜୟ ଦଶମୀ 2024 ଉଦ୍ୟାନବନ୍ଧ ଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ପାଢ଼ୀ ଓ ଜିଲ୍ଲା ଶ୍ରମିକ ସଂଗଠନ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଯଦୁମଣି ପାଣିଗ୍ରାହୀ ଉପସ୍ଥିତ ଥିଲେ । ତତ୍ ସହିତ ଏହି ସମାଜର କୁଳପତି ଶ୍ରୀଯୁକ୍ତ ରାମାନନ୍ଦ ଦଳପତି, ଉପ କୁଳପତି ଶ୍ରୀମତୀ ବିଜୟଲଷ୍ମୀ ବରାଳ, ଶ୍ରୀ ସତ୍ୟବ୍ରତ ବରାଳ, ଶ୍ରୀ ଦିଲୀପ ଦଳପତି ଶ୍ରୀ ପ୍ରଦୀପ ଦଳପତି, ଶ୍ରୀ ଧନଞ୍ଜୟ ଦଳପତି, ଶ୍ରୀ ସୁଶାନ୍ତ କୁମାର କ୍ଷେତ୍ରୀ, ତଥା ସମାଜର ବରିଷ୍ଠ କନିଷ୍ଠ ଭଦ୍ର ବ୍ୟକ୍ତି, ମା ମାଉସୀ, ଯୁବକ ଆବାଳବୃଦ୍ଧ ବନିତା ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଉଦ୍ୟାନବନ୍ଧ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚନା କଲାପରେ ମଶାଲ ଶୋଭାଯାତ୍ରାରେ ଉଦ୍ୟାନବନ୍ଧ ସହର ପରିକ୍ରମା କରାଯାଇଥିଲା । ପରିକ୍ରମା ସମୟରେ କ୍ଷତ୍ରୀୟ ପାଇକ ଯୁବକ ଓ ଯୁବତୀମାନେ ନିଜର ଖଣ୍ଡା, ଅସି, ତଲଵାରର ଆଖଡ଼ା ପ୍ରଦର୍ଶନ କରିଥିଲେ।ତାପରେ ମା ଶାରଳା, ଭବାନୀଙ୍କ ପୂଜାଅର୍ଚ୍ଚନା କରାଯାଇଥିଲା । ପାଇକମାନଙ୍କ ପୂର୍ବ ପୁରୁଷଙ୍କ ଗାରିମାକୁ ମନେ ପକାଇ ଓ ସେହି ତରବାରୀ ବା ଖଣ୍ଡା, ଧନୁ, ତିର, ଢାଲ ଇତ୍ୟାଦି ବୀର ପାଇକ ହାତରେ ଶୋଭା ପାଉଥିଲା ବୀରତ୍ୱର ଗାଥା ଆଲୋଚନା ହୋଇଥିଲା । ଦେଶ, ଜାତି, ସମାଜର ସୁରକ୍ଷା କରି ନିଜ ଜୀବନକୁ ବାଜି ଲଗାଇ ନିଜେ ପାଇକମାନେ ରଣାଙ୍ଗନରେ ପଦାର୍ପଣ କରି ଶତ୍ରୁମାନଙ୍କୁ ମାଡ଼ ଦେଇ ବିଜୟୀ ଟୀକା ପିନ୍ଧୁ ଥିଲେ । ସେହି ବୀର ଯୋଦ୍ଧା, କ୍ଷତ୍ରୀୟ ଓ ତରବାରୀ, ଖଣ୍ଡାର ସମ୍ମାନାର୍ଥେ ବୀର ପୁରୁଷମାନଙ୍କ ସ୍ମୁତିଚାରଣ କରାଯାଇଥିଲା । ଓଡିଶା ତଥା ଭାରତ ଇତିହାସରୁ ଜଣାପଡେ କ୍ଷତ୍ରୀୟ ବା ରାଜପୁତମାନଙ୍କ ଯୋଗୁଁ ଆମ ଦେଶ ସ୍ୱାଧୀନ ହୋଇଥିଲା । କ୍ଷତ୍ରୀୟ ବା ପାଇକ ମାନେ ହେଉଛନ୍ତି ବୀରଜାତି। ସେମାନେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସିପାହୀ ବିଦ୍ରୋହରେ ଭାଗ ନେଇ ପାଇକ ବୀରତ୍ୱ ପ୍ରଦର୍ଶନ କରିଥିଲେ । ଏହି ବୀର ଜାତି ସମାଜର ସୁରକ୍ଷା ପାଇଁ ନିଜ ଜୀବନକୁ ଜଳାଞ୍ଜଳି ଦେଇଥାଏ । ତେଣୁ କୁହାଯାଏ ପଛଘୁଞ୍ଚା ନାହିଁ ବୀରର ଜାତକେ ନ ମରେ କେବେ ସେ ପରାଣ ଆତଙ୍କେ l ଏହି ପୂର୍ବ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, ଭାଇଚାରା ଓ ସଂସ୍କୃତିକୁ ବଜାଇ ରଖିବା ସହ ସମାଜର ଉନ୍ନତି ସକାଶେ ଏକତା ଓ ଅଖଣ୍ଡତା ରକ୍ଷାକରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏହି ସମାଜରୁ ଦୁର୍ନୀତି, ଅତ୍ୟାଚାର, ଭ୍ରଷ୍ଟାଚାର ହଟେଇବା ପାଇଁ ସମସ୍ତେ ମିଶି ଧର୍ମ ମାର୍ଗରେ ଚାଲିବା ସହ ଏକ ଉତ୍ତମ ଓ ସଂସ୍କାର ସମାଜ ଗଠନ କରିବା ପାଇଁ ଶପଥ ନେଇଥିଲେ l ଶ୍ରୀ ବିଜୟ କୁମାର ବଘେଲ ଯୁଗ୍ମ ସଚିବ ଶ୍ରୀ ପ୍ରଦୀପ କୁମାର ଦଳପତି ଆଞ୍ଚଳିକ ସଭାପତି
ଶ୍ରୀ ହରି ସିଂ ଦେଓ ବୁଦ୍ଧିକୋମନା ଆଞ୍ଚଳିକ ସଭାପତି ଶ୍ରୀ ଦିଲୀପ କୁମାର ଦଳପତି ସାମାଜିକ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ରାଉତ ଲାଠୋର, ଆଞ୍ଚଳିକ ସଭାପତି ଶ୍ରୀ ଉତ୍ତମ କୁମାର ବରାଳ ମଶାଲ ଅଧିକ୍ଷକ, ଉଦ୍ୟାନବନ୍ଧ
ଅବସର ପ୍ରାପ୍ତ ସୈନିକ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର କ୍ଷତ୍ରିଙ୍କୁ ସମାଜ ତରଫରୁ ସମ୍ମାନିତ କରା ଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ କୃତୀ ପ୍ରତି ଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରା ଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ କୈବଲ୍ୟ କ୍ଷତ୍ରି, ଶ୍ରୀମତି ଶୋଭାନେତ୍ରି କ୍ଷତ୍ରି, ଲଳିତ କ୍ଷତ୍ରି, ଶ୍ରୀମତି ସିତଞ୍ଜଳି ରାଉତରାୟ, ଗୌତମ ଚନ୍ଦ୍ର ବରାଳ, କାନହା ଦଳପତି, ଆଶାରାମ ଠାକୁର, ରାମଚନ୍ଦ୍ର ଦଳପତି, ଶ୍ରୀ ମତି ସୁରମା ଦଳପତି, ଶ୍ରୀମତି ରୋମlଞ୍ଜଳି ଦଳପତି, ବୁଲୁ କ୍ଷତ୍ରି, ଶ୍ରୀମାନ ବିଶ୍ଵନାଥ ରାଉତ, ରମେଶ ସିଂ ଠାକୁର ପ୍ରମୁଖ ସହଯୋଗ କରିଥିଲେ ।