ପବିତ୍ର ଦୁର୍ଗାପୂଜା ନିମନ୍ତେ ଚଳ ଚଞ୍ଚଳ ଘୁ.ଉଦୟଗିରି ସହର…

ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପବିତ୍ର ଦୁର୍ଗାପୂଜା ନିମନ୍ତେ ଘୁ.ଉଦୟଗିରି ସହର ଚଳ ଚଞ୍ଚଳ ରହୁଅଛି I ଐତିହାସିକ ଦୁର୍ଗାପୂଜା ଉପଲକ୍ଷେ ସ୍ଥାନୀୟ ଲୋକଙ୍କ ମନୋରଞ୍ଜନ ନିମନ୍ତେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଅଛି I ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଜନ ସମାଗମ ହେଉ ଅଛି I ରବିବାର ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ହୋଇଥିଲା ଓ ସୋମବାର ଅପରାହ୍ନରେ ମହାଭାରତ ନାଟ୍ୟ କାର୍ଯ୍ୟକ୍ରମ ଗାନ୍ଧୀ ଛକ ଠାରେ ଆରମ୍ଭ ହୋଇଛି I ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଦୁର୍ଗାପୂଜା କମିଟି ଏବଂ ପୁଲିସ ପ୍ରଶାସନ ସଜାଗ ରହିଛି I ପ୍ରତ୍ୟେକ ଦିନ ସକାଳେ ଏବଂ ସଂନ୍ଧ୍ୟାରେ ମା ଦୁର୍ଗାଙ୍କ ପୂଜା ମଣ୍ଡପ ରେ ବଡ଼ ଆଳତୀ ହେଉଅଛି l ଭକ୍ତିମୟ ପରିବେଶ ମଧ୍ୟରେ ମାଙ୍କ ଅପାର କୃପା ଲାଭ ସହ ଏହି ଆଳତୀ ଦେଖିବା ପାଇଁ ଅଞ୍ଚଳର ଶହସ୍ରାଧିକ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି I