ମାଁ ପାଟଘୁଙ୍ଗି ମଣ୍ଡପ ପୂଜାରେ ଚଳଚଞ୍ଚଳ ମକାପଦା….

ରା.ଉଦୟଗିରି( ମିହିର ପ୍ରସାଦ ମାଳୀ): ଶାରଦୀୟ ଦଶହରା ଲାଗି ଦେଶସାରା ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ ଓ ଗ୍ରାମଦେବୀ ପୀଠ । ଏହିକ୍ରମରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ତଥା ମକାପଦା ଛକ ଅଞ୍ଚଳ ମାଁ ପାଟଘୁଙ୍ଗିଙ୍କ ଦର୍ଶନ ଓ ନବରାତ୍ରୀ ପୂଜା ଲାଗି ଲୋକାରଣ୍ୟ ପାଲଟିଛି । ନବରାତ୍ରୀ ପୂଜାରେ ମାଆଙ୍କ ଦର୍ଶନ ସହିତ ଆୟୋଜିତ ନାଟକ ମାଣିକପାଟଣା ଓ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ନେଇଛନ୍ତି ଲୋକେ । ତେବେ ମହାନବମୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ରା.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର, ଶଶିକାନ୍ତ ପଟ୍ଟନାୟକ, ଅଶୋକ ରଣଜିତ, ମନ୍ଦିର ତଦାରଖ ଦାୟିତ୍ବରେ ଥିବା ନୀଳମାଧବ ନାୟକ, ଅମ୍ବିକା ଘଡେଇ ତଥା ଅଞ୍ଚଳର ଜନ ପ୍ରତିନିଧିମାନେ ଯୋଗ ଦେଇ ନାଟକ ମଞ୍ଚର ଫିତାକାଟି ଉଦଘାଟନ କରିବା ସହ ମାଁଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ବହୁ ସଂଖ୍ୟକ ଦର୍ଶକ ଓ ଶ୍ରଦ୍ଧାଳୁ ନାଟକର ମଜା ନେବା ସହ ମାଁଙ୍କ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । କାର୍ଯକ୍ରମକୁ ମନ୍ଦିର କମିଟିର ସଭାପତି ନବୀନ ଚନ୍ଦ୍ର ନାୟକ, ଉପସଭାପତି ଭୂବନା ବାଗଷଣ୍ଢ, ସମ୍ପାଦକ ଭାଗୀରଥୀ ରଇତ, କୋଷାଧ୍ୟକ୍ଷ ରଘୁନାଥ ବିଶୋୟୀ, ପୂଜକ ଉପଦେଷ୍ଠା ନୀଳମାଧବ ନାୟକ, ପୁରୋହିତ ବିନୋଦ ତ୍ରିପାଠୀ ଓ ଅଞ୍ଚଳର ଯୁବଗୋଷ୍ଠୀଙ୍କ ସହଯୋଗରେ ଏହି ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା ।