ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି (୮୩) ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ତାଙ୍କ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବ୍ଲକରେ ନିଜ ପ୍ରତିନିଧି ମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଦାରିଙ୍ଗବାଡି ବ୍ଲକ ର ବିଧାୟକ ପ୍ରତିନିଧି ଭାବେ ପିଟର ଦିଗାଲଙ୍କୁ ନିଯୁକ୍ତି ପତ୍ର ଦେଇଥିବା ସୂଚନା ମିଳିଛି । ଦାରିଙ୍ଗବାଡି ବ୍ଲକର ବିଧାୟକ ପ୍ରତିନିଧି ପଦବୀ ପାଇଁ ବହୁ ଆଶାୟୀ ପ୍ରାର୍ଥୀ ଲବିରେ ରହିଥିବା ଯୋଗୁଁ ଚୟନ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ତାହାର ଅନ୍ତ ଘଟିଛି l ଦଳମତ ନିର୍ବିଶେଷରେ ପିଟର ଦିଗାଲଙ୍କୁ ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ନିଯୁକ୍ତି ପତ୍ର ପାଇବା ପରେ ଦାରିଙ୍ଗବାଡି ବ୍ଲକ ବିଡ଼ିଓଙ୍କ ଠାରେ ଦାଖଲ କରିଛନ୍ତି l ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ଦିଗାଲଙ୍କୁ ସ୍ଵାଗତ କରାଯାଇ ଥିବା ବେଳେ ବ୍ଲକ କଂଗ୍ରେସ କର୍ମୀ ମହଲ ରେ ଖୁସିର ଲହରୀ ଖେଳି ଯାଇଛି l ବ୍ଲକ ଅଞ୍ଚଳରେ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଦଳର ସାଂଗଠାନିକ କାର୍ଯ୍ୟ କୁ ଗୁରୁତ୍ବ ଦେଇ କଂଗ୍ରେସ ଦଳକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ଦିଗାଲ ମତ ପ୍ରକାଶ କରିଛନ୍ତି ।