ସିନାପାଲି(ପରମେଶ୍ୱର ମେହେର): ଚବିଶି କୁଣ୍ତିୟ ଗାୟତ୍ରୀ ମହାଯଜ୍ଞର ଆୟୋଜନ ସହ ଶନିବାର ନୂଆପଡ଼ା ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ଠାରେ ନଅ ଦିନ ବ୍ଯାପି ଚାଲିଥିବା ନବରାତ୍ର ପୂଜା ସଂପନ୍ନ ହୋଇଛି l ପବିତ୍ର ମହାଳୟା ତିଥିରେ ଏଠାରେ ସାମୁହିକ ପିତୃଶ୍ରାଦ୍ଧ ତର୍ପଣ କରାଯିବା ପରେ ତାପରଦିନ ଠାରୁ ନବରାତ୍ରୀ ପୁଜା ଆରମ୍ଭ ହୋଇଥିଲା l ଏ ଉପଲକ୍ଷେ ୨୦୬ଟି ଅଖଣ୍ତ ଦୀପ ପ୍ରଜ୍ଜଳନ କରାଯାଇଥିଲା l ଏହି ଅବସରରେ ପ୍ରତିଦିନ ନଅକୁଣ୍ତିୟ ଗାୟତ୍ରୀ ମହାଯଜ୍ଞ, ଜ୍ଞାନଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଶନିବାର ଚବିଶି କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ଆୟୋଜନ ସହ କାର୍ଯ୍ଯକ୍ରମର ଉଦଯାପନ କରାଯାଇଛି l କାର୍ଯ୍ଯକ୍ରମକୁ ପୂର୍ଣ୍ଣଚଂଦ୍ର ମେହେର, ତରୁଣ କୁମାର ମେହେର, ଖଗପତି ମେହେର, ତ୍ରିନାଥ ମେହେର, ସନ୍ତୋଷ ନାଏକ, ଚୂଡ଼ାମଣି ମେହେର, ଜିତେଂଦ୍ର ମେହେର, ନମିତା ମେହେର, ଅଙ୍କିତା ମେହେର ପରିଚାଳନା କରିଥିବା ବେଳେ ମହେଶ୍ୱର ସୂନାନୀ, ଭୁବନେଶ୍ୱର ହଂସ, ମଧୁପାତ୍ର, ଦିନେଶ ମେହେର, ହରିଓମ ଜିନ୍ଦଲ, ଗିରିଧାରି ମେହେର, ଧବଲେଶ୍ୱର ମେହେର, ରୋହିତ ମେହେର, ଗୀତା ମେହେର, ରୋଜି ମେହେର, ପିଙ୍କି ମେହେର, ମିକି ମେହେର ଓ ବିଶେଷ ଭାବରେ କୁମାରୀ କନ୍ଯା ଏବଂ ଶକ୍ତିପୀଠର ସମସ୍ତ କାର୍ଯ୍ଯକର୍ତ୍ତା ସହଯୋଗ କରିଥିଲେ l