ଚଳନାରେ ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ପାଳିତ…..

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଚଳନା ବଜାର ପଡିଆରେ କ୍ଷତ୍ରୀୟ ସମାଜର ପଞ୍ଚ ବାର୍ଷିକ କ୍ଷତ୍ରୀୟ ଖଣ୍ଡା ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ପରାମର୍ଶ ଦାତା ସଦାନନ୍ଦ ନାୟକ, ସମାଜ ସେବୀ ନରେନ୍ଦ୍ର ନାୟକ, ଚଳନା କ୍ଷତ୍ରୀୟ ସମାଜ ସଭାପତି ସାକ୍ଷୀଗୋପାଳ ନାୟକ, ଉପସଭାପତି ମୁରଲୀଧର ନାୟକ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଶ୍ରୀଯୁକ୍ତ ତ୍ରିନାଥ କଛିଆ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଅଶୋକ କୁମାର ନାୟକ, କ୍ଷତ୍ରୀୟ ସମାଜ ଯୁବ ସମ୍ପାଦକ ଶ୍ରୀଯୁକ୍ତ କିଶୋର କୁମାର ନାୟକ, ଚଳନା କ୍ଷତ୍ରିୟ ସମାଜ କମିଟିର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଚରଣ ପୁଝାରୀ, ଉମାକାନ୍ତ ବିଶି ସଭାପତି ସିଙ୍ଗଝର, ଭୁଜବଳ ଖଣ୍ଡାୟତ ସଭାପତି ବ୍ରାହ୍ମଣପଡା, ରାହାସ ନାଏକ ସଭାପତି ଟିପିଗୁଡା, ଗୋପୀନାଥ ରାଉତରାୟ ସଭାପତି ନୂଆମାଳପଡ଼ା, ସମସ୍ତ କ୍ଷତ୍ରୀୟ ସମାଜ ସଭାପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମରେ ସ୍ୱାଗତ ସହିତ ନୃତ୍ୟ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ କ୍ଷତ୍ରିୟ ସମାଜର ଆବାଳ ବୃଦ୍ଧ ବନିତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଏଥିରେ ଖଣ୍ଡା ପୂଜା ସହିତ ଅନେକ ପ୍ରତିଯୋଗିତା କାର୍ଯ୍ୟକ୍ରମ କରଯାଇଥିଲା l ସମସ୍ତ କ୍ଷତ୍ରୀୟ ସମାଜ ଚଳନା ଗ୍ରାମର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ କିଶୋର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।