ନୁଆପଡ଼ା(ବିରବଲ ପ୍ରଧାନ): ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ଦେଓଦରା ଠାରେ ଧୂମଧାମରେ ମା ଇନ୍ଦ୍ରାଣୀ ଦେବୀଙ୍କ ଖଣ୍ଡା ଧୁଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି ରାତ୍ର ୧୦ ଘଣ୍ଟା ସମୟରେ ରୀତିନୀତି ଅନୁସାରେ ମାଙ୍କ ପୂଜକ ଧବଳେଶ୍ୱର ପୂଝରୀ ପୂଜା ଅର୍ଚ୍ଚନା କରିବା ପରେ ଇନ୍ଦ୍ରାଣୀ ଦେବୀଙ୍କ ସିଂହ ଦୁଆର ସମୁଖରେ ଖଣ୍ଡା ଧୁଆ ଯାତ୍ରା ହୋଇଥିବା ବେଳେ I ଆସନ୍ତା କାଲି ମାଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ I ଏହି ପର୍ବକୁ ମା ଇନ୍ଦ୍ରାଣୀ ମେନେଜିଙ୍ଗ ଟ୍ରଷ୍ଟ ବୋର୍ଡ କମିଟି ସଭାପତି ମୁରଲୀଧର ଭୋଇ, ଜୟସିଂ ଛାତ୍ରୀଆ, ମହାଦେବ ଦୀପ, ଟୁନା ପୂଝରୀ, ମହେନ୍ଦ୍ର ଦୀପ, ନରେନ୍ଦ୍ର ପୂଜାରୀ, ସାନ ମହାନଦ, ଶୋଭାରାମ ମାଝୀ, ଭଜ ମାଝୀ, ଖଡ଼ିରତ୍ନ ମାଝୀ, ଜୟନ୍ତ ବାଗ, ଘନ ଚିନ୍ଦା, ଗଙ୍ଗାରାମ ଚିନ୍ଦା, କମଳ ଝାଙ୍କର, କୃଷ୍ଣ ମାଝୀ, ସହଦେବ ମାଝୀ, ଗଦା ଝାକର, ଲିଙ୍ଗରାଜ ବରିହା, ମଦନ କଟା, ଉଦେଶ୍ୱର ପୂଝାରୀ, ଲୀଳାମ୍ବର ମାଝୀ, ଅକୁର ମାଝୀ, ମନହର ମାଝୀ, ମିନକେତନ ମାଝୀ, ହରି ମାଝୀ, ହରିସିଂହ ଧରୁଆ ପ୍ରମୁଖ ଯାତ୍ରାରେ ସାମିଲ ହୋଇଥିଲେ I