କାମାକ୍ଷାନଗର( ସୌମ୍ୟରଞ୍ଜନ ନାୟକ ): କାମାକ୍ଷାନଗର ଏନଏସି କ୍ଲଷ୍ଟର ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ସ୍ଥାନୀୟ ପୁରୁଣା ରେକୁଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି l ବରିଷ୍ଠ ବିଭାଗ ତର୍କ ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଲଷ୍ମୀପ୍ରିୟା ଧୀର ପ୍ରଥମ, ବରିଷ୍ଠ ବିଭାଗର ରଚନା ପ୍ରତିଯୋଗିତାରେ ଦଶମ ଶ୍ରେଣୀର ଶୁଭଶ୍ରୀ ସ୍ୱାଇଁ ପ୍ରଥମ ଓ କନିଷ୍ଠ ବିଭାଗର ବକୃତାରେ ସପ୍ତମ ଶ୍ରେଣୀର ଶାନଭି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରୀୟ ପ୍ରତିଯୋଗିତା ପାଇଁ ଉତୀର୍ଣ୍ଣ ହୋଇଛନ୍ତି l ସେହିପରି ବରିଷ୍ଠ ବିଭାଗ ଚିତ୍ରକଳାରେ ଦଶମ ଶ୍ରେଣୀର ପାୟଲ ସାହୁ ଦ୍ଵିତୀୟ ,କୁଇଜରେ ଅଷ୍ଟମ ଶ୍ରେଣୀର ସୁଚିତ୍ରା ଶତପଥୀ ଦ୍ଵିତୀୟ, ବକୃତାରେ ଦଶମ ଶ୍ରେଣୀର ଲଷ୍ମୀପ୍ରିୟା ଧୀର ତୃତୀୟ ଓ ସୃଜନାତ୍ମକ ଲିଖନୀରେ ଦଶମ ଶ୍ରେଣୀର ବିଷ୍ନୁପ୍ରିୟା ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l କନିଷ୍ଠ ବିଭାଗ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ଷଷ୍ଠ ଶ୍ରେଣୀର ସୋଫିଆ ପରବିନ ଦ୍ଵିତୀୟ, ମଧ୍ୟାହ୍ନ ଭୋଜନ ଚିତ୍ରକଳାରେ ଅଷ୍ଟମ ଶ୍ରେଣୀର ସୁପ୍ରଭା ଖୁଣ୍ଟିଆ ଦ୍ଵିତୀୟ ହୋଇଛନ୍ତି l ବିଦ୍ୟାଳୟର କୃଷ୍ଣାମୟୀ ଡ୍ୟାନ୍ସ ଗ୍ରୁପର ଶ୍ରେୟାଶ୍ରୀ, ସୁନିତା, ବର୍ଷା, ବିଦୁସ୍ମିତା, ପାୟଲ, ଶୁଭଶ୍ରୀ ଦଳଗତ ନୃତ୍ୟ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ମହାପାତ୍ର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣେଇବା ସହିତ ଗାଇଡ଼ ଶିକ୍ଷକ ଦୁର୍ଗାପ୍ରସାଦ ତ୍ରିପାଠୀଙ୍କ ଉଚିତ ମାର୍ଗଦର୍ଶନ ପାଇଁ ସାଧୁବାଦ ଜଣେଇଛନ୍ତି l