ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଳା ରାୟଗଡ ବ୍ଲକ ଅମେଡା ପଞ୍ଚାୟତ ଅନ୍ତର୍ଗତ ବଡମଣ୍ଡିସାହି ଗ୍ରାମରେ ପୂଜା ମଣ୍ଡପ ରାୟଗଡ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ବିଡିଓ ସୁଧୀର ସିଂଙ୍କ କରକମଳରେ ଉଦଘାଟନ ହୋଇଯାଇଛି । ଗତ ବିଜେଡି ସରକାରଙ୍କ ସମୟରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଏହି ପୂଜା ମଣ୍ଡପ ପାଇଁ ୮ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲାନ । ଆଜି ସେହି ମଣ୍ଡପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛିନ । ସେଥି ପାଇଁ ଆଜି ଦିନଟିକୁ ଗ୍ରାମବାସୀ ମିଳିତ ହୋଇ ନିର୍ଣ୍ଣୟ କରି ତଥା ଏବେ ମା ଦୂର୍ଗାଙ୍କ ପୂଜା ସମୟକୁ ଶୁଭ ସମୟ ମାନି ଗ୍ର୍ରାମବାସୀ ଉଦଘାଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଟିଡିସିସିଓଏଲ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜ୍ୟୋତି ପ୍ରସାଦ ପାଣି, ପୂଜକ ଚନ୍ଦ୍ର ଗମାଙ୍ଗ, ସୁଦାମ ଭୁୟାଁ ଓ ଚନ୍ଦ୍ରଶେଖର ରାଇକା ପ୍ରମୁଖଙ୍କ ସହ ଗାଁର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧ୍ୟ ସରକାର ଏପରି ଜନହିତକର ଯୋଜନା ଆଣି ଲୋକଙ୍କ ସହାୟତା କରିବା ନିହାତି ଦରକାର ବୋଲି ଉପସ୍ଥିତ ବୁଦ୍ଧିଜୀବୀ ଓ ଲୋକେ ମତ ପ୍ରକାଶ କରିଛନ୍ତି ।