ନୂଆପଡ଼ା(ବିରବଲ ପ୍ରଧାନ): ଧରା ଅବତରଣ କରି ପୂଜା ପାଉଛନ୍ତି ଦୁର୍ଗତିନାସିନୀ ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଏହି ପରିପ୍ରେକ୍ଷିରେ ନୂଆପଡା ଜିଲ୍ଲାର ସର୍ଵ ପୁରାତନ ଐତିହାସିକ ଖଡ଼ିଆଳ ସହରର ପଟ୍ଟନାୟକ ପଡ଼ା ଓ ରାଜାପଡାରେ ନବରାତ୍ର ଦୁର୍ଗା ପୂଜା ଚାଲିଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ଖଡ଼ିଆଳ ସହର । ଆସିଛି ପାର୍ବଣ, ମାଁଙ୍କ ଆଗମନରେ ଚଳଚଞ୍ଚଳ ଗାଁ ଠୁ ସହର । ଧରା ଅବତରଣ କରି ପୂଜା ପାଉଛନ୍ତି ଦୁର୍ଗତିନାସିନୀ ମହିଷାମର୍ଦ୍ଦିନୀ ମା’ ଦୁର୍ଗା । ଏହି ପରିପ୍ରେକ୍ଷୀରେରେ ନୂଆପଡା ଜିଲ୍ଲା ଖଡ଼ିଆଳ ସହରରେ ଜମୁଛି ଦୂର୍ଗାପୁଜା । ନବ ରାତ୍ର ଦୁର୍ଗା ପୂଜାରେ ମାଁଙ୍କ ନଅ ରୂପରେ ପୂଜା ପାଉଛନ୍ତି ମାଁ । ଖଡ଼ିଆଳ ସହରର ତିନୋଟି ସ୍ଥାନରେ ଦୁର୍ଗା ପୂଜା ହେଉଥିଲେ ହେଁ ପଟ୍ଟନାୟକପଡ଼ା ଓ ରାଜାପଡ଼ାରେ ଶାରଦୀୟ ଦୁର୍ଗାପୂଜା ଧୁମଧାମରେ ଚାଲିଛି । ପୂଜା ମଣ୍ଡପଗୁଡ଼ିକର ସାଜସଜ୍ଜା, ଆଲୋକ ତୋରଣ ଓ କଳାଚାତୁରୀ ପ୍ରଦର୍ଶନ ଦର୍ଶକଙ୍କୁ ବିଭୋର କରୁଛି । ସହର ସାରା ଝିକମିକ ଆଲୁଅରେ ସୁଶୋଭିତ ଥିବା ବେଳେ ପଟ୍ଟନାୟକ ପଡ଼ା ପୂଜା ମଣ୍ଡପ ଲୋକଙ୍କୁ ଆକୃଷ୍ଟ କରୁଛି । ମାଁଙ୍କ ମୃଣ୍ମୟ ମୂର୍ତ୍ତି ସତେ ଯେପରି ଏଠାକାର ପରିବେଶକୁ ପବିତ୍ର କରି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି କରୁଛି । ରାଜାପଡାରେ ୧୯୫୪ ମସିହାରୁ ଏହିପୂଜା ହୋଇଆସୁଥିବା ବେଳେ ପଟ୍ଟନାୟକ ପଡ଼ାରେ ଆଜକୁ ୨୮ ବର୍ଷ ହେବ ନବରାତ୍ର ପୂଜା ହେଉଥିବା ପୂଜା କମିଟି ସଦସ୍ୟ ମାନେ କହିଛନ୍ତି । ଦୁଇ ଗୋଟି ପୂଜା ମଣ୍ଡପ ସହ ମାଁ ଗଡ଼ଦେବୀ ରକ୍ତାମ୍ବରୀ ଓ ଇଷ୍ଟଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଅଖଣ୍ଡ ଦ୍ବୀପ ଜାଳି ନିଜ ପରିବାର ସହ ଅଞ୍ଚଳ ଓ ବିଶ୍ୱ ଶାନ୍ତି ପାଇଁ ଶ୍ରଦ୍ଧାଳୁ ପୂଜା କରୁଛନ୍ତି । ରାଜାପଡ଼ାରେ ଦୁର୍ଗା ମଣ୍ଡପ ଚାରି ପଟେ ବିଭିନ୍ନ ଶକ୍ତି ପୀଠ ଥିବାରୁ ଏଠାକୁ ଶ୍ରଦ୍ଧାଳୁଙ୍କ ବିଶ୍ବାସ ଆହୁରି ବଢ଼ିବଢି ଚାଲିଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ବିଶ୍ଵଶାନ୍ତି ନିମିତ୍ତ ମା’ଙ୍କ ଠାରେ ପାର୍ଥନା କରୁଛନ୍ତି । ସକାଳ ସନ୍ଧ୍ୟାରେ ଆୟୋଜିତ ଆଳତିରେ ହଜାର ହଜାର ଆବାଳ ଵୃଦ୍ଧ ବନିତାଙ୍କ ସମାଗମ ଏହାର ଏକ ବଡ଼ ଉଦାହରଣ ବୋଲି ପୂଜକମାନଙ୍କ ସହ ଆୟୋଜକମାନେ କହିଛନ୍ତି । ଖଡିଆଳ ନବରାତ୍ର ଦୁର୍ଗାପୂଜା ପରେ ରାବଣ ପୋଡ଼ି ସାଙ୍ଗକୁ ମାଁ ରକ୍ତାମ୍ୱରି ଓ ମାଁ ସମଲେଶ୍ଵରୀଙ୍କ ଯୋଡ଼ି ଛତର ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆୟୋଜକମାନେ ଆଶା ବାନ୍ଧିଛନ୍ତି ।